ବ୍ରହ୍ମପୁରରେ ଲକ୍ ଡାଉନ କଟକଣା ଯୋଗୁଁ ରାତ୍ର ସମୟରେ ବିଭିନ୍ନ ମୁଖ୍ୟ ରାସ୍ତା ଓ ଅନ୍ୟାନ୍ୟ ଅଂଚଳ ଜନଶୁନ୍ୟ ।

YouTube video

ବ୍ରହ୍ମପୁରରେ ଲକ୍ ଡାଉନ କଟକଣା ଯୋଗୁଁ ସକାଳ ୭ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଜନସାଧାରଣଙ୍କ ପାଇଁ ପନି ପରିବା, କ୍ଷୀର, ସୌଦା ଓ ଆମିଷ ବଜାର ଖୋଲା ରହୁଛି । ଏହି ସମୟରେ ବିଭିନ୍ନ ସ୍ଥାନରେ ଜନସାଧାରଣଙ୍କ ସାମାନ୍ୟ ଭୀଡ଼ ପରିଲକ୍ଷିତ ହେଉଛି । ତେବେ ରାତ୍ର ସମୟରେ ମହାନଗରର ବିଭିନ୍ନ ମୁଖ୍ୟ ରାସ୍ତା ଓ ଅନ୍ୟାନ୍ୟ ଅଂଚଳ ଜନଶୁନ୍ୟ ପରିଲକ୍ଷିତ ହୋଇଛି । ଗୁରୁବାର ରାତ୍ର ସମୟରେ ଆମ କ୍ୟାମେରା ଟିମ ପକ୍ଷରୁ ମହାନଗରର ମୁଖ୍ୟରାସ୍ତା ଓ ବଜାର ଅଂଚଳ ଅନୁଧ୍ୟାନ କରାଯାଇଥିଲା । ଏହି ସମୟରେ ପିଭିଏନ୍ ପେଟ୍ରୋଲ ପମ୍ପ ଛକ, ଟାଟାବେଂଚ ଛକ, ଗିରିରୋଡ ଓ କମାପଲ୍ଲୀ ଛକ ଅଂଚଳରେ ଜନଶୁନ୍ୟ ପରିଲକ୍ଷିତ ହୋଇଥିଲା । ବିଭିନ୍ନ ସ୍ଥାନରେ ଶାନ୍ତି ଶୃଙ୍ଖଳାକୁ ଦୃଷ୍ଟିରେ ରଖି ପୋଲିସ ମୁତୟନ ରହିଥିଲେ । ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ଏପରି କଟକଣା ଜାରି କରାଯାଇଥିବା ଯୋଗୁଁ ସମସ୍ତ ଜନସାଧାରଣ ଶୃଙ୍ଖଳା ଓ କରୋନରୁ ମୁକ୍ତି ପାଇଁ ନିଜ ନିଜ ଘରେ ସପରିବାର ସହ ରହିବାକୁ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି ।