ଲକ୍ ଡାଉନ ସମୟରେ ଆଇନ ଖିଲାପ କରୁଥିବା ୩୫୦ ଗାଡ଼ି ଚାଳକଙ୍କ ଗାଡ଼ି ଜବତ, କଟକଣା ଜାରି ପର୍ଯ୍ୟନ୍ତ ଗାଡି ରହିବ ବୋଲି କହିଲେ ବ୍ରହ୍ମପୁର ଏସ୍ପି ।

YouTube video

କରୋନାକୁ ଦୃଷ୍ଟିରେ ରଖି ଏପ୍ରିଲ ୧୪ତାରିଖ ପର୍ଯ୍ୟନ୍ତ ଲକ୍ ଡାଉନ କଟକଣା ଜାରି ରହିଥିବାବେଳେ ବ୍ରହ୍ମପୁର ଏସ୍ପି ପିନାକ ମିଶ୍ରଙ୍କ ନିର୍ଦେଶକ୍ରମେ ଆଇନକୁ ଖିଲାପ କରୁଥିବା ଗାଡ଼ି ଚାଳକ ମାନଙ୍କ ଗାଡ଼ି ସହ ଚାବିକୁ ଜବତ କରାଯାଉଛି । ବର୍ତ୍ତମାନ ସୁଦ୍ଧା ମହାନଗରର ବିଭିନ୍ନ ଥାନା ପକ୍ଷରୁ ସର୍ବମୋଟ ୩୫୦ଟି ବାଇକ୍ ଜବତ କରାଯାଇଛି । ଏହି ଜବତ ଗାଡ଼ି ଗୁଡ଼ିକ କଟକଣା ଜାରି ପର୍ଯ୍ୟନ୍ତ ବିଭିନ୍ନ ଥାନାରେ ରହିବ ବୋଲି ବ୍ରହ୍ମପୁର ପୋଲିସ ପକ୍ଷରୁ ସୁଚନା ଦିଆଯାଇଛି । ତେଣୁ ପ୍ରତ୍ୟେକ ଜନସାଧାରଣ ଅଯଥାରେ ଗାଡ଼ି ବାହାର ନକରି ନିଜ ନିଜ ଘରେ କରୋନାରୁ ମୁକ୍ତି ପାଇବା ପାଇଁ ରହିବାକୁ ପରାମର୍ଶ ଦିଆଯାଇଛି ।