
ଗଂଜାମ ଜିଲ୍ଲାରେ ଜନସାଧାରଣ କୋରୋନା ମୂକାବିଲା ପାଇଁ ସତର୍କତା ଅବଲମ୍ବନ କରି ସହଯୋଗ ଯୋଗାଇଦେଉଥିବା ଯୋଗୁଁ ଜିଲ୍ଲାପାଳ ବିଜୟ ଅମୃତା କୁଲାଂଗେ ଏଥିପାଇଁ ଜିଲ୍ଲାବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ଏହି କରୋନା ପାଇଁ ଲକ୍ ଡାଉନ ଘୋଷଣା କରାଯାଇଥିବା ଯୋଗୁଁ ସମସ୍ତେ ଏପରି କଟକଣାକୁ ଜାରି ରଖିବା ସହ କେହି ହେଲେ ଘରୁ ନ ବାହାରିବାପାଇଁ ଜିଲ୍ଲାପାଳ କୁଲାଂଗେ ନିବେଦନ କରିଛନ୍ତି । ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା କୌଣସି କରୋନା ରୋଗୀ ପଜିଟିଭ ବାହାରିନଥିବା ସେ କହିଛନ୍ତି । ତେବେ ପ୍ରତ୍ୟେକ ଜନସାଧାରଣ ସମ ଦୁରତା ରକ୍ଷା କରିବା ସହ ନିଜର ସୁରକ୍ଷା ପାଇଁ ଘରେ ରୁହନ୍ତୁ ବୋଲି ଜିଲ୍ଲାପାଳ କୁଲାଂଗେ ଏକ ଭିଡିଓ ମାଧ୍ୟମରେ ଜନସାଧାରଣଙ୍କୁ ନିବେତନ କରିଛନ୍ତି ।






