
ପବିତ୍ର ରାମ ନବମୀ ଅବସରରେ ବ୍ରହ୍ମପୁରରେ ପ୍ରଭୁ ଶ୍ରୀରାମଙ୍କ ପୂଜାର୍ଚ୍ଚନା ନିରାଡମ୍ବରଭାବେ ଅନୁଷ୍ଠିତ ହୋଇଯାଇଛି । ତେବେ କରୋନା କଟକଣାକୁ ଦୃଷ୍ଟିରେ ରଖି ମନ୍ଦିର ଗୁଡ଼ିକ ବନ୍ଦ ରହିଥିବା ଯୋଗୁଁ କେବଳ ପୂଜକ ମାନଙ୍କ ଦ୍ୱାରା ଏପରି ପୂଜାର୍ଚ୍ଚନା କରାଯାଇଥିଲା । ଗେଟବଜାର ରଘୁନାଥ ମନ୍ଦିର, ଗୋଇଲୁଣ୍ଡି ରାମ ମନ୍ଦିର ସମେତ ଅନ୍ୟାନ୍ୟ ଅଂଚଳରେ ଥିବା ରାମ ଓ ରଘୁନାଥଙ୍କ ମନ୍ଦିରରେ ଏପରି ପୂଜା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।






