
କରୋନାକୁ ଦୃଷ୍ଟିରେ ରଖି କଟକଣା ଜାରି କରାଯାଇଥିଲେ ମଧ୍ୟ ବହୁ ଜନସାଧାରଣ ବିଭିନ୍ନ ଖେଳ ପଡ଼ିଆରେ ମର୍ଣ୍ଡିଂ ୱାକ କରୁଥିବା ପରିଲକ୍ଷିତ ହୋଇଛି । ଗୁରୁବାର ଏପରି ବହୁ ଜନସାଧାରଣ ବ୍ରହ୍ମପୁର ବଡ଼ ଡାକ୍ତରଖାନା ପରିସରସ୍ଥିତ ଖେଳ ପଡ଼ିଆରେ ମର୍ଣ୍ଣିଂ ୱାକ ଓ ଯୋଗ କରୁଥିବା ପରିଲକ୍ଷିତ ହୋଇଥିଲା । ଏହାପରେ ପୋଲିସ କର୍ତ୍ତୁପକ୍ଷ ଖବର ପାଇ ଜନସାଧାରଣଙ୍କୁ ବୁଝାସୁଝା କରି ପଡ଼ିଆ ବାହାରକୁ ଯିିବା ପାଇଁ ପରାମର୍ଶ ଦେଇଥିଲେ । ତେବେ କରୋନା ଭୁତାଣୁ ମହାମାରୀ ହୋଇଥିବା ଯୋଗୁଁ ପ୍ରତ୍ୟେକ ଜନସାଧାରଣ ଏହି ରୋଗରୁ ମୁକ୍ତି ପାଇବା ପାଇଁ ନିଜ ଘର ମଧ୍ୟରେ ରହିବାକୁ ବ୍ରହ୍ମପୁର ଏସ୍ପି ପିନାକ ମିଶ୍ର ପରାମର୍ଶ ଦେଇଛନ୍ତି ।






