
ଗେଟ ବଜାର ଭେଣ୍ଡିଂ ଜୋନରେ ପ୍ରତିଦିନ ଜନସାଧାରଣଙ୍କ ଭୀଡ଼କୁ ଦୃଷ୍ଟିରେ ରଖି ଏହାକୁ ମହାନଗର ନିଗମ ତରଫରୁ ବନ୍ଦ କରିଦିଆଯାଇଛି । ତେବେ ସମ ଦୁରତା ଅବଲମ୍ବନ କରି ନିଗମ ପକ୍ଷରୁ ବ୍ୟବସାୟୀମାନଙ୍କୁ ଭେଣ୍ଡିଂ ଜୋନ ସମ୍ମୁଖରେ ଥିବା ପୋଖରୀ ପାଶ୍ୱର୍ରେ ବ୍ୟବସାୟ କରିବାପାଇଁ କୁହାଯାଇଛି । ଏଠାରେ ପ୍ରତିଦିନ ପରିବା ବ୍ୟବସାୟୀମାନେ ସକାଳ ୭ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ନିଜ ନିଜର ବ୍ୟବସାୟ କରୁଛନ୍ତି । ଏହାଦ୍ୱାରା ବହୁ ଜନସାଧାରଣ ଅଳ୍ପ ବହୁତ କ୍ରୟ କରି ନିଜ ନିଜ ପରିବାର ପାଇଁ ପନି ପରିବା ନେଉଥିବା ଲକ୍ଷ୍ୟ କରାଯାଇଛି ।






