
କରୋନାକୁ ଦୃଷ୍ଟିରେ ରଖି ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ଲକ୍ ଡାଉନ ଘୋଷଣା କରାଯାଇଛି । ଏହି ଲକ୍ ଡାଉନ ସମୟରେ କେହି ବିନା କାରଣରେ ବାହାରକୁ ନ ବାହାରିବାପାଇଁ ନିର୍ଦେଶ ଦିଆଯାଇଛି । ଅତି ଆବଶ୍ୟକ ନଥିଲେ ଘରୁ ଗାଡ଼ି ନ କାଡ଼ିବା ପାଇଁ ପରାମର୍ଶ ଦିଆଯାଇଛି । ତେବେ ଏପରି ନିର୍ଦେଶକୁ ବ୍ରହ୍ମପୁର ବିଭିନ୍ନ ଥାନା ଅଂଚଳରେ ଜନସାଧାରଣ ମାନୁନଥିବା ପରିଲକ୍ଷିତ ହୋଇଛି । କରୋନା ସମୟରେ ଏପରି ବେଆଇନ ଗାଡ଼ି ଚଳାଇବା ଅଭିଯୋଗରେ ଟ୍ରାଫିକ ଥାନା ପକ୍ଷରୁ ୬୨ଟି ଗାଡ଼ି ଜବତ କରାଯାଇଛି । ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ଏପରି ଗାଡ଼ି ଗୁଡ଼ିକୁ ପୋଲିସ ହେପାଜତରେ ରଖାଯାଉଥିବା ପରିଲକ୍ଷିତ ହୋଇଛି । ପୁରୁଣା ବସ୍ଷ୍ଟାଣ୍ଡ୍ ଟ୍ରାଫିକ ଥାନା ସମ୍ମୁଖରେ ଏପରି ବହୁ ଗାଡ଼ି ଜବତ କରାଯାଇ ରଖାଯାଇଛି । ତେଣୁ ପ୍ରତ୍ୟେକ ଲୋକ ଏହି କରୋନକୁ ଦୃଷ୍ଟିରେ ରଖି ଅଯଥାରେ ଗାଡ଼ି ନକାଡ଼ିବାକୁ ଟ୍ରାଫିକ ଡିଏସ୍ପି ସାର୍ଥକ ରାୟ ନିବେଦନ କରିଛନ୍ତି ।






