କରୋନା ଭତାଣୁକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ଅଗ୍ନିଶମ ବିଭାଗ ତରଫରୁ ବଡ଼ ଡାକ୍ତରଖାନା ଓ ସିଟି ହସପିଟାଲ ପରିସରରେ କରାଗଲା ବିଶୋଧନ ସ୍ପେ୍ର ।

YouTube video

କରୋନା ଭତାଣୁକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ମହାନଗର ନିଗମର ନିଷ୍ପତ୍ତି କ୍ରମେ ବ୍ରହ୍ମପୁର ଅଗ୍ନିଶମ ବିଭାଗ ତରଫରୁ ମହାନଗରର ବିଭିନ୍ନ ଅଂଚଳରେ ବିଶୋଧନ ସ୍ପେ୍ର କରାଯାଇଛି । ପ୍ରଥମ ଦିବସରେ ଅଗ୍ନିଶମ କର୍ମଚାରୀମାନେ ଗାଡ଼ି ମାଧ୍ୟମରେ ବ୍ରହ୍ମପୁର ସହରର ଦେଶୀ ବେହେରା ସାହିରେ ବିଶୋଧନ ସ୍ପେ୍ର କରିଥିବାବେଳେ ଦ୍ୱିତୀୟ ଦିବସରେ ବଡ଼ ଡାକ୍ତରଖାନା ଓ ସିଟି ହସପିଟାଲ ପରିସରରେ କୋଭିଦ-୧୯ର ମୁକାବିଲା ପାଇଁ ଏପରି ସ୍ପେ୍ର କରିଥିଲେ । ଆଗାମୀ ଦିନରେ ମଧ୍ୟ ମହାନଗରର ଅନ୍ୟାନ୍ୟ ଅଂଚଳରେ କରୋନାକୁ ଦୃଷ୍ଟିରେ ରଖି ଏପରି ସ୍ପେ୍ର ଜାରି ରହିବ ।