Home Our Berhampur ଆୟ ବହିର୍ଭୁତ୍ତ ସମ୍ପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ପକ୍ଷରୁ ଗଂଉଜୁ ଉଚ୍ଚ ବିଦ୍ୟାଳୟର...

ଆୟ ବହିର୍ଭୁତ୍ତ ସମ୍ପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ପକ୍ଷରୁ ଗଂଉଜୁ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକଙ୍କ ବାସଭବନ ସମେତ ଅନ୍ୟାନ୍ୟ ସ୍ଥାନରେ ଚଢ଼ାଉ

ଆୟ ବହିର୍ଭୁତ୍ତ ସମ୍ପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ପକ୍ଷରୁ ଗଂଉଜୁ ଉଚ୍ଚ ବିଦ୍ୟାଳୟରେ ସହକାରୀ ଶିକ୍ଷକଭାବେ କାର୍ଯ୍ୟରତ ସଦାନନ୍ଦ ପାଢ଼ୀଙ୍କ ବାସଭବନ ସମେତ ଅନ୍ୟାନ୍ୟ ସ୍ଥାନରେ ଚଢ଼ାଉ କରାଯାଇଛି । ବ୍ରହ୍ମପୁର ଆଂକୁଲି ଗୋବିନ୍ଦ ନଗରରେ ଥିବା ତାଙ୍କର କୋଠା ଘର, ବ୍ରହ୍ମପୁରରେ ଥିବା ତିନି ମହଲା ଓ ଦୁଇ ମହଲା କୋଠା ସହ ଗଂଉଜୁଠାରେ ଥିବା ଘର ଉପରେ ଭିଜିଲାନ୍ସ ପକ୍ଷରୁ ଏପରି ଚଢ଼ାଉ କରାଯାଇଥିଲା । ଜଣେ ଶିକ୍ଷକ ହୋଇ ଏତେ ଟଙ୍କା କିପରି ଠୁଳ କଲେ ତାହା ଅନୁଧ୍ୟାନ କରାଯାଉଛି ବୋଲି ଭିଜିଲାନ୍ସ ଏସ୍ପି ମାୟାଧର ସ୍ୱାଇଁ ସୁଚନା ଦେଇଛନ୍ତି ।