
ଆୟ ବହିର୍ଭୁତ୍ତ ସମ୍ପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ପକ୍ଷରୁ ଗଂଉଜୁ ଉଚ୍ଚ ବିଦ୍ୟାଳୟରେ ସହକାରୀ ଶିକ୍ଷକଭାବେ କାର୍ଯ୍ୟରତ ସଦାନନ୍ଦ ପାଢ଼ୀଙ୍କ ବାସଭବନ ସମେତ ଅନ୍ୟାନ୍ୟ ସ୍ଥାନରେ ଚଢ଼ାଉ କରାଯାଇଛି । ବ୍ରହ୍ମପୁର ଆଂକୁଲି ଗୋବିନ୍ଦ ନଗରରେ ଥିବା ତାଙ୍କର କୋଠା ଘର, ବ୍ରହ୍ମପୁରରେ ଥିବା ତିନି ମହଲା ଓ ଦୁଇ ମହଲା କୋଠା ସହ ଗଂଉଜୁଠାରେ ଥିବା ଘର ଉପରେ ଭିଜିଲାନ୍ସ ପକ୍ଷରୁ ଏପରି ଚଢ଼ାଉ କରାଯାଇଥିଲା । ଜଣେ ଶିକ୍ଷକ ହୋଇ ଏତେ ଟଙ୍କା କିପରି ଠୁଳ କଲେ ତାହା ଅନୁଧ୍ୟାନ କରାଯାଉଛି ବୋଲି ଭିଜିଲାନ୍ସ ଏସ୍ପି ମାୟାଧର ସ୍ୱାଇଁ ସୁଚନା ଦେଇଛନ୍ତି ।






