Home Breaking ଲକଡାଉନ ସମୟରେ ଜନସାଧାରଣଙ୍କୁ ଯେପରି ସଠିକ୍ ଭାବରେ ଖାଦ୍ୟ ସାମଗ୍ରୀ ମିଳିପାରିବ ସେଥିନେଇ ଜିଲ୍ଲାପାଳଙ୍କ ବଡ଼...

ଲକଡାଉନ ସମୟରେ ଜନସାଧାରଣଙ୍କୁ ଯେପରି ସଠିକ୍ ଭାବରେ ଖାଦ୍ୟ ସାମଗ୍ରୀ ମିଳିପାରିବ ସେଥିନେଇ ଜିଲ୍ଲାପାଳଙ୍କ ବଡ଼ ବଜାର ପାଇକାରୀ ବ୍ୟବସାୟୀଙ୍କ ସହ ଆଲୋଚନା ।

YouTube video

କରୋନାକୁ ଦୃଷ୍ଟିରେ ରଖି ମହାନଗରର ବିଭିନ୍ନ ଜନସାଧାରଣଙ୍କୁ ଯେପରି ସଠିକ୍ ଭାବରେ ଖାଦ୍ୟ ସାମଗ୍ରୀ ମିଳିପାରିବ ସେଥିନେଇ ଜିଲ୍ଲାପାଳ ବିଜୟ ଅମୃତା କୁଲାଂଗେ ବୁଧବାର ବଡ଼ ବଜାର ଅଂଚଳର ବହୁ ପାଇକାରୀ ବ୍ୟବସାୟୀଙ୍କ ସହ ଆଲୋଚନା କରିଥିଲେ । ଅତ୍ୟାବଶ୍ୟକୀୟ ଖାଉଟି ସାମଗ୍ରୀ ଗୁଡ଼ିକ ମହଜୁଦ ରଖିବା ସହ ଜନସାଧାରଣଙ୍କୁ ସଠିକ୍ଭାବେ ଏହା ଯୋଗାଇବା ପାଇଁ ଜିଲ୍ଲାପାଳ କୁଲାଂଗେ ଏଠାରେ ବ୍ୟବସାୟୀମାନଙ୍କୁ ପରାମର୍ଶ ଦେଇଥିଲେ । ବହୁ ବ୍ୟବସାୟୀଙ୍କୁ ଅନ୍ଲାଇନ ମାଧ୍ୟମରେ ଖାଉଟି ସାମଗ୍ରୀ ଯୋଗାଇଦିଆଯାଉ ବୋଲି ସେ ଏଠାରେ ବ୍ୟବସାୟୀମାନଙ୍କ ସହ ଆଲୋଚନା କରିଥିଲେ । ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ କଟକଣା ଜାରି କରାଯାଇଥିବା ଯୋଗୁଁ ଯେପରି ଜନସାଧାରଣ ଖାଉଟି ସାମଗ୍ରୀ ପାଇବାରେ କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେଥିପ୍ରତି ଦୃଷ୍ଟିଦେବାକୁ ସେ ବ୍ୟବସାୟୀମାନଙ୍କୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ଉପଜିଲ୍ଲାପାଳ ସିନେ୍ଧ ଦତାତ୍ରୟ ଭାଉ ସାହେବ ଓ ନିଗମ କମିଶନର ଚକ୍ରବର୍ତ୍ତି ସିଂ ରାଠୋର ପ୍ରମୁଖ ଉପସ୍ଥିତ ଥିଲେ ।