Home Breaking କରୋନାକୁ ଦୃଷ୍ଟିରେ ରଖି ନିରାଡମ୍ବରରେ ପାଳିତ ହେଲା ଉକ୍ରଳ ଦିବସ, ବିଭିନ୍ନ ଅନୁଷ୍ଠାନ ତରଫରୁ...

କରୋନାକୁ ଦୃଷ୍ଟିରେ ରଖି ନିରାଡମ୍ବରରେ ପାଳିତ ହେଲା ଉକ୍ରଳ ଦିବସ, ବିଭିନ୍ନ ଅନୁଷ୍ଠାନ ତରଫରୁ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ସହ ସ୍ମୃତି ଚାରଣ ।

YouTube video

ଉକ୍ରଳ ଦିବସ ଅବସରରେ ବୁଧବାର ମହାନଗରର ବିଭିନ୍ନ ଅନୁଷ୍ଠାନ ତରଫରୁ ବିଭିନ୍ନ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ସ୍ମୃତି ଚାରଣ କରାଯାଇଥିଲା । କରୋନା ପାଇଁ କଟକଣା ଜାରି କରାଯାଇଥିବା ଯୋଗୁଁ ବିଭିନ୍ନ ଅନୁଷ୍ଠାନର ୨ରୁ ୪ଜଣ କର୍ମକର୍ତ୍ତା ଏପରି ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ସ୍ମୃତି ଚାରଣ କରିଥିଲେ । ଏହି ଅବସରରେ ଗିରିରୋଡ଼ସ୍ଥିତ ପଣ୍ଡିତ ଗୋପବନ୍ଧୁ ଦାସ, ଗାନ୍ଧିନଗର ମୁଖ୍ୟଛକସ୍ଥିତ ମଧୁସୁଦନ ଦାସ ଏବଂ ଗିରିମାର୍କେଟ ଛକସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ପ୍ରତିମୂର୍ତ୍ତିରେ ଉକ୍ରଳ ଦିବସ ଉପଲକ୍ଷେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଏଥିରେ ଭଗବାନ ଗନ୍ତାୟତ, ପ୍ରମୋଦ ପଣ୍ଡା, ପ୍ରଭାକର ସାହୁ, ଅବନୀ କୁମାର ଗୟା, ରବିନ୍ଦ୍ର ନାୟକଙ୍କ ସମେତ ଅନ୍ୟାନ୍ୟ ଅନୁଷ୍ଠାନର କର୍ମକର୍ତ୍ତାମାନେ ଏଥିରେ ଅଂଶ ଗ୍ରହଣ କରିଥିଲେ ।