ଲକ୍ ଡାଉନ କଟକଣା ଯୋଗୁଁ ମହାନଗର ନିଗମ ଓ ଜିଲ୍ଲା ପ୍ରଶାସନ ତରଫରୁ ଜନସାଧାରଣଙ୍କୁ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବାପାଇଁ ଟେଲି ହେଲ୍ଥ ସେବାର ବ୍ୟବସ୍ଥା ।

YouTube video

ଲକ୍ ଡାଉନ କଟକଣା ଯୋଗୁଁ ବ୍ରହ୍ମପୁର ମହାନଗର ନିଗମ ଓ ଜିଲ୍ଲା ପ୍ରଶାସନ ତରଫରୁ ଜନସାଧାରଣଙ୍କୁ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବାପାଇଁ ଟେଲି ହେଲ୍ଥ ସେବାର ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏପରି ସେବା ମାଧ୍ୟମରେ ଜନସାଧାରଣଙ୍କୁ ନିଜ ନିଜର ସ୍ୱାସ୍ଥ୍ୟ ସମ୍ପର୍କରେ ଫୋନ ମାଧ୍ୟମରେ କିମ୍ବା ୱାଟସଆପ୍ ଜରିଆରେ ପଚାରି ବୁଝିବାପାଇଁ କୁହାଯାଇଛି । ଏହି ଟେଲି ହେଲ୍ଥ ମାଧ୍ୟମରେ ଭେଷଜ ଓ ମଧୁମେହ ବିଶେଷଜ୍ଞ ଡାକ୍ତର ପ୍ରକାଶ ପାତ୍ର ବହୁ ଜନସାଧାରଣଙ୍କୁ ପ୍ରତିଦିନ ମଧୁମେହ ରୋଗ ଓ ଅନ୍ୟାନ୍ୟ ରୋଗ ସମ୍ପର୍କରେ ସୁଚନା ଦେଉଥିବା କହିଛନ୍ତି । ମଧୁମେହ ରୋଗୀମାନେ ଭୟଭୀତ ନ ହୋଇ ପୂର୍ବଭଳି ଔଷଧ ସେବନ କରିବା ସହ କୌଣସି ସମସ୍ୟା ହେଲେ ତାଙ୍କ ସହ ଯୋଗାଯୋଗ କରିପାରିବେ ବୋଲି ସେ କହିଛନ୍ତି । ଯଦି ଅଳ୍ପ ଥଣ୍ଡା ଓ କାସ ହୁଏ ତେବେ ଭୟଭୀତ ନହେବାପାଇଁ ଡାକ୍ତର ପାତ୍ର ପରାମର୍ଶ ଦେଇଛନ୍ତି । କରୋନା ଭୁତାଣୁ ପାଇଁ ଔଷଧ ବାହାରିନଥିବା ଯୋଗୁଁ ପ୍ରତ୍ୟେକ ଜନସାଧାରଣ ଲକ୍ ଡାଉନ ସମୟରେ ଘରୁ ନ ବାହାରିବାକୁ ସେ ପରାମର୍ଶ ଦେଇଛନ୍ତି । ଅତ୍ୟଧିକ ଥଣ୍ଡା, କାସ ଓ ଜ୍ୱର ଅନୁଭୁତ ହେଲେ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ହାତକୁ ଭଲଭାବେ ଧୋଇବା, ମାକ୍ସ ପରିଧାନ କରିବାକୁ ସେ ପରାମର୍ଶ ଦେଇଛନ୍ତି ।