
କରୋନାକୁ ଦୃଷ୍ଟିରେ ରଖି ବିଭିନ୍ନ ଅନୁଷ୍ଠାନ ଓ ବଦାନ୍ୟ ବ୍ୟକ୍ତିଙ୍କ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ ଜରିଆରେ ସହକରୋନାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରତିଦିନ ବହୁ ବଦାନ୍ୟ ବ୍ୟକ୍ତି ଅର୍ଥ ଦାନ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ମଂଗଳବାର ଦିଗପହଣ୍ଡିସ୍ଥିତ ଆର୍.ସି ଭାରତ ଗ୍ୟାସର ମାଲିକ ରଶ୍ମିତା ସାହୁ ଏକଲକ୍ଷ ଟଙ୍କାର ଚେକ୍ ବ୍ରହ୍ମପୁର ଉପଜିଲ୍ଲାପାଳ ସିନେ୍ଧ ଦତାତ୍ରୟ ଭାଉସାହେବଙ୍କୁ ତାଙ୍କ କାର୍ଯ୍ୟାଳୟରେ ପ୍ରଦାନ କରିଥିଲେ । ସେହିପରି ବ୍ରହ୍ମପୁରର ଅତୁଲ୍ୟ ରିଏଲ ଇଷ୍ଟେଟ ପରିଚାଳକ ଅଶୋକ କୁମାର ପାତ୍ର ଓ କମଳ କୁମାର ପାତ୍ର ୧୦ହଜାର ଟଙ୍କାର ସହାୟତା ରାଶି ଡ୍ରାଫ୍ଟ ଆକାରରେ ଉପଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ । ଏପରି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା ଯୋଗାଇଦେବାପାଇଁ ୟୁଥ ଫର ସୋସିଆଲ୍ ଡେଭଲପମେଣ୍ଟର ମୁଖ୍ୟ ବିଭୁ ପ୍ରସାଦ ସାହୁଙ୍କ ସନ୍ତାନ ଦିବ୍ୟାରାଣୀ ଓ ଭାବ୍ୟାରାଣୀ ୨ହଜାର ଟଙ୍କା ପ୍ରଦାନ କରିଥିଲେ । ସେହିପରି ପ୍ରେମ ନଗର ନିବାସୀ ତଥା ସେଣ୍ଟ ଜାଭିଏର ହାଇସ୍କୁଲର ନବମ ଶ୍ରେଣୀ ଛାତ୍ରୀ ଝରଣା ବେହେରା ଓ ତାଙ୍କ ଭାଇ ତଥା ପଂଚମ ଶ୍ରେଣୀ ଛାତ୍ର ବାଦଲ ବେହେରା ୨୧ ହଜାର ୨୧ଟଙ୍କା ଉପଜିଲ୍ଲାପାଳ ଭାଉ ସାହେବଙ୍କୁ ଡ୍ରାଫ୍ଟ ଆକାରରେ ପ୍ରଦାନ କରିଥିଲେ । ସେହିପରି ବରିଷ୍ଠ ଆଇନଜୀବୀ ଶିଶିର ପାଢ଼ୀଙ୍କ ପୁତ୍ର ପାର୍ଥ ପାଢ଼ୀ ଏକଲକ୍ଷ ଟଙ୍କାର ସହାୟତା ରାଶି ବାଜାଜ ଡିଲର ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରିଥିଲେ ।






