
କରୋନା ଯୋଗୁଁ ଲକ୍ ଡାଉନ ଘୋଷଣା କରାଯାଇଥିବାବେଳେ ମାଲ୍ବାହୀ ଟ୍ରକ୍ ଯାତାୟତ କରିବାପାଇଁ ନିଷ୍ପତ୍ତି ନିଆଯାଇଛି । ତେବେ ଏପରି ନିଷ୍ପତ୍ତି ଯୋଗୁଁ ଝାଡ଼ଖଣ୍ଡ ଓ ଆନ୍ଧ୍ର ପ୍ରଦେଶ ଅଂଚଳର ୭୯ଜଣ ଶ୍ରମିକଙ୍କୁ ଏକ ଟ୍ରକ୍ରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜଗନ୍ନାଥପୁର ଛକଠାରେ ଉଦ୍ଧାର କରାଯାଇଛି । ସେହିପରି ଗୋଳନ୍ଥରା ଥାନା ଅଂଚଳରୁ ଆନ୍ଧ୍ରରୁ ଆସିଥିବା ୨୭ଜଣଙ୍କୁ ଉଦ୍ଧାର କରାଯାଇଛି । ଏହି ସମସ୍ତ ଶ୍ରମିକଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜଗନ୍ନାଥପୁର ଛକ ନିକଟରେ ଥିବା ଏକ ବିଦ୍ୟାଳୟରେ ରହିବାର ବ୍ୟବସ୍ଥା କରାଯାଇଛି । ଏଠାରେ ସମସ୍ତଙ୍କୁ ଖାଦ୍ୟ ପାନୀୟ ସହ ଅନ୍ୟାନ୍ୟ ବ୍ୟବସ୍ଥା ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଦାନ କରାଯାଇଛି । ଏହି ଅବସରରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଂଗେ ଓ ଉପଜିଲ୍ଲାପାଳ ସିନେ୍ଧ ଦତାତ୍ରୟ ଭାଉସାହେବଙ୍କ ସମେତ ବହୁ ଅଧିକାରୀ ଉପସ୍ଥିତ ରହି ଉଦ୍ଧାର କରାଯାଇଥିବା ବ୍ୟକ୍ତିମାନଙ୍କ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରିଥିଲେ ।






