Home Breaking କରୋନା ଭୁତାଣୁକୁ ଦୃଷ୍ଟିରେ ରଖି ଗଂଜାମ ଜିଲ୍ଲା ପୋଲିସ ପ୍ରଶାସନ ତରଫରୁ କଡ଼ା ପଦକ୍ଷେପ, ...

କରୋନା ଭୁତାଣୁକୁ ଦୃଷ୍ଟିରେ ରଖି ଗଂଜାମ ଜିଲ୍ଲା ପୋଲିସ ପ୍ରଶାସନ ତରଫରୁ କଡ଼ା ପଦକ୍ଷେପ, ଗଂଜାମ ଏସ୍ପିଙ୍କ ନେତୃତ୍ୱରେ ହିଂଜିଳିକାଟୁ ଥାନା ଅଂଚଳରେ କଟକଣା ନେଇ ତଦାରଖ ।

YouTube video

କରୋନା ଭୁତାଣୁକୁ ଦୃଷ୍ଟିରେ ରଖି ଗଂଜାମ ଜିଲ୍ଲା ପୋଲିସ ପ୍ରଶାସନ ତରଫରୁ ଗଂଜାମ ଏସ୍ପି ବ୍ରିଜେଶ କୁମାର ରାଏଙ୍କ ନେତୃତ୍ୱରେ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି । କୌଣସି ସ୍ଥାନରେ ଯେପରି କୌଣସି ଅଘଟଣ ନଘଟେ ଜନସାଧାରଣ କିପରି ସୁରକ୍ଷିତଭାବେ ରହିପାରିବେ ସେଥିପାଇଁ ଗଂଜାମ ଏସ୍ପି ରାଏ ସମସ୍ତ ଥାନାଧିକାରୀ ଓ ପୋଲିସ କର୍ମଚାରୀମାନଙ୍କୁ ପରାମର୍ଶ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ଏସ୍ପି ରାଏ ହିଂଜିଳିକାଟୁ ଥାନା ଅଂଚଳ ପରିଦର୍ଶନ କରି କଟକଣା ନେଇ ତଦାରଖ କରିଥିଲେ । ଯେପରି ଜନସାଧାରଣ ଘରୁ ନ ବାହାରିବେ ଏବଂ ଲୋକଙ୍କୁ ଉଚିତ ଆଇନ ସେବା ଯୋଗାଇଦିଆଯାଇପାରିବ ସେଥିନେଇ ଦୃଷ୍ଟିଦେବାକୁ ସେ ଏଠାରେ ଉପସ୍ଥିତ ପୋଲିସ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ ।