ବ୍ରହ୍ମପୁର ଏସ୍ପିଙ୍କ ନେତୃତ୍ୱରେ ପୋଲିସ ବିଭାଗ ତରଫରୁ ମାର୍ଚ୍ଚପାଷ୍ଟ, ମହାନଗରର ବିଭିନ୍ନ ମୁଖ୍ୟରାସ୍ତା, ବଜାର ଅଂଚଳ ଓ ସାହିସାହିରେ ଲକଡାଉନ କଟକଣା ନେଇ ସଚେତନତା ।

YouTube video

କରୋନା ଭୁତାଣୁକୁ ଦୃଷ୍ଟିରେ ରଖି ଲକ୍ ଡାଉନ ଘୋଷଣା କରାଯାଇଛି । ଏହି ଲକ୍ ଡାଉନ ଘୋଷଣା ଫଳରେ ଲୋକମାନଙ୍କୁ ବାହାରକୁ ନ ବାହାରିବାପାଇଁ କଟକଣା ଜାରି କରାଯାଇଛି । ସର୍ବଭାରତୀୟ ସ୍ତରରେ ଏପରି କଟକଣା ଲାଗି ରହିଥିବାବେଳେ ଓଡ଼ିଶା, ଗଂଜାମ ତଥା ବ୍ରହ୍ମପୁରରେ ମଧ୍ୟ ଏହି କଟକଣା ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ବ୍ରହ୍ମପୁରରେ ଏପରି କଟକଣା ଯୋଗୁଁ ସମସ୍ତେ ସଚେତନ ହୋଇଥିଲେ ମଧ୍ୟ ଅଧିକ ସଚେତନ ପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସ ବିଭାଗ ତରଫରୁ ଉଦ୍ୟମ ଜାରି ରହିଛି । ସୋମବାର ରାତ୍ର ସମୟରେ ବ୍ରହ୍ମପୁର ବୁଢ଼ୀ ଠାକୁରାଣୀ ମନ୍ଦିର ଛକ ନିକଟରୁ ବ୍ରହ୍ମପୁର ଏସ୍ପି ପିନାକ ମିଶ୍ରଙ୍କ ନେତୃତ୍ୱରେ ପୋଲିସ ବିଭାଗ ତରଫରୁ ମାର୍ଚ୍ଚପାଷ୍ଟ କରାଯାଇ ମହାନଗରର ବିଭିନ୍ନ ମୁଖ୍ୟରାସ୍ତା, ବଜାର ଅଂଚଳ ଓ ସାହିସାହିରେ କଟକଣା ନେଇ ସଚେତନ କରାଯାଇଥିଲା । ଏହି ଲକ୍ ଡାଉନ କଟକଣାକୁ ସମସ୍ତେ ମାନିବାପାଇଁ ଏସ୍ପି ମିଶ୍ର ପରାମର୍ଶ ଦେଇଛନ୍ତି । ସୁଚନାଯୋଗ୍ୟ ଏହି କଟକଣାକୁ ଖିଲାପ କରି ରାଜ୍ୟରେ ୨୦୯ଜଣଙ୍କ ନାମରେ ବିଭିନ୍ନ ମାମଲା ରୁଜୁ କରାଯାଇଛି । ସେଥିମଧ୍ୟରୁ ୧୯୮ଟି ଆଇନ ଅମାନ୍ୟ କରିବା ମାମଲା ରହିଥିବାବେଳେ ୨ଟି ସଂଗରୋଧ ଅମାନ୍ୟ ଏବଂ ଅନ୍ୟାନ୍ୟ ୯ଟି ମାମଲା ରହିଥିବା ଓଡ଼ିଶା ପୋଲିସ ତରଫରୁ ସୁଚନା ଦିଆଯାଇଛି ।