
କରୋନା ଭୁତାଣୁ ପାଇଁ ମହାନଗରରେ କଟକଣା ଜାରି କରାଯାଇଥିବା ଯୋଗୁଁ ବହୁ ଅନୁଷ୍ଠାନ ଓ ବଦାନ୍ୟ ବ୍ୟକ୍ତିମାନଙ୍କ ଦ୍ୱାରା ଗରୀବ ପରିବାରମାନଙ୍କୁ ଖାଦ୍ୟ ପୁଡ଼ିଆ ବଣ୍ଟନ କରାଯାଉଛି । ଏହି ଅବସରରେ ସୋମବାର ନେହେରୁ ନଗର ଯୁବକ ସଂଘ ତରଫରୁ ନୀଳକଂଠେଶ୍ୱର ବସ୍ତି ବାସିନ୍ଦାଙ୍କୁ ଏପରି ଖାଦ୍ୟ ପୁଡ଼ିଆ ବଣ୍ଟନ କରାଯାଇଥିଲା । ବସ୍ତିରେ ରହୁଥିବା ଛୋଟ ଶିଶୁ ଓ ସେମାନଙ୍କ ପରିବାରଙ୍କୁ ଯୁବକ ସଂଘର ସଦସ୍ୟମାନେ ଏପରି ଖାଦ୍ୟ ପୁଡ଼ିଆ ବଣ୍ଟନ କରିଥିଲେ ।






