
କରୋନାକୁ ଦୃଷ୍ଟିରେ ରଖି ମହାନଗରରେ ବିଭିନ୍ନ ଦୋକାନ ବଜାର ବନ୍ଦ ରହିଛି । ଫଳରେ ବହୁ ଶ୍ରମୀକ ଓ ଗରୀବ ପରିବାର କାମଧନ୍ଦା ପାଇଁ ବାହାରକୁ ଯାଇପାରୁନାହାନ୍ତି । ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ଏପରି ତାଲାବନ୍ଦୀ କଟକଣା ଘୋଷଣା କରାଯାଇଛି । ଏହି ପରିପ୍ରେକ୍ଷୀରେ ବ୍ରହ୍ମପୁର ମହାନଗର ନିଗମ ୱାର୍ଡ ନଂ ୫ର ପୂର୍ବତନ କର୍ପୋରେଟର ଆର୍.ମୁରଲୀମୋହନ ନିଳାଦ୍ରୀ ବିହାର କଲୋନୀରେ ରହୁଥିବା ୧୮୦ଟି ପରିବାରଙ୍କୁ ମାଗଣାରେ ଖାଦ୍ୟ ସାମଗ୍ରୀ ବଣ୍ଟନ କରିଥିଲେ । ସେ ଏଠାରେ ଚାଉଳ, ଡାଲି, ଆଳୁ ପିଆଜ, ଅମୂଲ, ଚିନି,ତେଲ, ବିସ୍କୁଟ ସମେତ ଶୁଖିଲା ଖାଦ୍ୟ ପ୍ରଦାନ କରିଥିଲେ । ସମଦୁରତା ଅବଲମ୍ବନ କରି ସେ ଏପରି ସାମଗ୍ରୀ ବଣ୍ଟନ କରିଥିଲେ । ପୂର୍ବତନ କର୍ପୋରେଟର ମୁରଲୀ ମୋହନଙ୍କ ଏପରି କାର୍ଯ୍ୟକୁ ଅଂଚଳରେ ସ୍ୱାଗତ କରାଯାଇଛି ।






