କରୋନାକୁ ମୂକାବିଲା ନେଇ ଦାୟିତ୍ୱ ନିର୍ବାହ କରୁଥିବା ପୋଲିସ କର୍ମଚାରୀ ଓ ତାଙ୍କ ପରିବାରଙ୍କୁ ବୀମାଭୁକ୍ତ କରିବାକୁ କନଷ୍ଟେବଳ ଓ ହାବିଲଦାର ସଂଘର ନିବେଦନ ।

YouTube video

କରୋନାକୁ ଦୃଷ୍ଟିରେ ରଖି ପୋଲିସ କର୍ମଚାରୀମାନେ ସରକାରଙ୍କ ନିର୍ଦେଶ ମାନି ବିଭିନ୍ନ ସ୍ଥାନରେ ନିଜର ଦାୟିତ୍ୱ ନିର୍ବାହ କରି ଆସୁଛନ୍ତି । ଏହି ଭୁତାଣୁ ନେଇ ଜନସାଧାରଣଙ୍କୁ ସଚେତନ କରିବା ସହ ସେମାନେ କିପରି ସୁରକ୍ଷିତ ରହିପାରିବେ ସେଥିପ୍ରତି ଦୃଷ୍ଟି ଦେଉଛନ୍ତି । ଏହି କାର୍ଯ୍ୟ ସମୟରେ ପୋଲିସର ସ୍ୱାସ୍ଥ୍ୟ ପ୍ରତି ବିପଦ ରହିଥିବା ଯୋଗୁଁ ପୋଲିସ କର୍ମଚାରୀ ଓ ତାଙ୍କ ପରିବାରମାନଙ୍କୁ ବୀମାଭୁକ୍ତ କରାଯାଉ ବୋଲି କନଷ୍ଟେବଳ ଓ ହାବିଲଦାର ସଂଘ ସଭାପତି କାଳୀ ଚରଣ ଷଡ଼ଙ୍ଗୀ ଓ ସମ୍ପାଦକ କେ. ଶ୍ରିନିବାସ ପାତ୍ର ନିବେଦନ କରିଛନ୍ତି । ଏହା ଏକ ଦାବିନୁହେଁ ଏହା ସରକାରଙ୍କ ନିକଟରେ ସଂଘର ଅଭିମାନ ବୋଲି ସଭାପତି ଷଡ଼ଙ୍ଗୀ ପ୍ରକାଶ କରିଛନ୍ତି ।