
କରୋନା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରତିଦିନ ବହୁ ବଦାନ୍ୟ ବ୍ୟକ୍ତି ସହଯୋଗ ଯୋଗାଇ ଆସୁଛନ୍ତି । ଏହି ପରିପ୍ରେକ୍ଷୀରେ ସୋମବାର ବ୍ରହ୍ମପୁର ଉପଜିଲ୍ଲାପାଳ ସିନେ୍ଧ ଦତାତ୍ରୟ ଭାଉସାହେବଙ୍କୁ ଆଇଆର୍ଇଠାରେ ଥିବା ବିଦ୍ୟାଳୟର ଛାତ୍ରୀ ଆଦ୍ୟାଶା ଆଦ୍ୟାସ୍ମିତା ନିଜର ସଂଚିତ ୩ ହଜାର୧୫୦ଟଙ୍କା ପ୍ରଦାନ କରିଛନ୍ତି । ସେହିପରି ବ୍ରହ୍ମପୁର ଶଙ୍କର କ୍ଲଥ୍ ଷ୍ଟୋର୍ର ମାଲିକ ଶଙ୍କର ନାରାୟଣ ସୁବୁଦ୍ଧି ଉପଜିଲ୍ଲାପାଳ ଭାଉସାହେବଙ୍କ ଜରିଆର ୧ଲକ୍ଷ ୫୧ହଜାର ଟଙ୍କାର ଏକ ଚେକ୍ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ପ୍ରଦାନ କରିଥିଲେ । ସେହିପରି ଶ୍ରୀ ରାମ ଭିନ୍ନକ୍ଷମ ହନୁମାନ ଚାଳିଶା ଗ୍ରୁପ ପକ୍ଷରୁ ଦେବାସିଷ ପରମାଣିକ ଏମ ଣିବା ଓ ମମତା ଭୂୟା ୧ ହଜାର ଟଙ୍କାର ଡିଡି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ପ୍ରଦାନ କରିଥିଲେ । ସମାଜସେବି ଜିତେନ୍ଦ୍ର କୁମାର ସାହୁ ଉପଜିଲ୍ଲାପାଳ ଭାଉସାହେବଙ୍କ ଜରିଆର ୫୦ ହଜାର ଟଙ୍କାର ଏକ ଡିଡି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ପ୍ରଦାନ କରିଛନ୍ତି । ସେହିପରି ବିସିସି ବ୍ୟାଙ୍କ ତରଫରୁ ୧୦ ଲକ୍ଷ ଯଙ୍କା ଓ ବିସିସି ବ୍ୟାଙ୍କ ଷ୍ଟାଫ ମାନଙ୍କ ଏକ ଦିନରର ଦରମା ୧ ଲକ୍ଷ ୫୦ ହଜାର ଟଙ୍କା ସଭାପତି ଅଲେଖ ଚୈଧୁରି ଉପଜିଲ୍ଲାପାଳ ଭାଉସାହେବଙ୍କ ଜରିଆର ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ପ୍ରଦାନ କରିଛନ୍ତି ।






