Home Health & Life Style କରୋନା ମୂକାବିଲା ନେଇ ରାଜ୍ୟ ସରକାରଙ୍କ କଡା ପଦକ୍ଷେପ, ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା ୩ଜଣ...

କରୋନା ମୂକାବିଲା ନେଇ ରାଜ୍ୟ ସରକାରଙ୍କ କଡା ପଦକ୍ଷେପ, ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା ୩ଜଣ କରୋନା ସଂକ୍ରମିତ ଚିହ୍ନଟ, ଲକଡାଉନ ନିୟମକୁ କଡାକଡି ପାଳନ ପାଇଁ ନିଦେ୍ର୍ଧଶ ।

YouTube video

କରୋନା ଯୋଗୁଁ ସୋମବାରସୁଦ୍ଧା ଭାରତରେ ୧୧୯୨ଜଣ କରୋନା ସଂକ୍ରମଣରେ ରହିଛନ୍ତି । ସେମାନଙ୍କ ମଧ୍ୟରୁ ୧୦୬୧ଜଣ ଚିକିତ୍ସାଧୀନ ଅଛନ୍ତି । ବର୍ତ୍ତମାନ ସୁଦ୍ଧା ୧୦୨ଜଣ ସୁସ୍ଥ ହୋଇଥିବାବେଳେ ୨୯ଜଣ ମୃତ୍ୟୁ ବରଣ କରିଛନ୍ତି । କରୋନା ମୂକାବିଲା ନେଇ ଓଡ଼ିଶା ତଥା ଗଂଜାମ ଜିଲ୍ଲାରେ ବହୁ ପଦକ୍ଷେପ ନିଆଯାଇଛି । ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା ୩ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ସେମାନଙ୍କ ଚିକିତ୍ସା ଭୂବନେଶ୍ୱରରେ ଜାରି ରହିଛି । ତେବେ ଏଯାବତ ଓଡ଼ିଶାରେ ଏହି ସଂକ୍ରମଣ ଯୋଗୁଁ କେହି ମୃତ୍ୟୁ ବରଣ କରିନଥିବା କୁହାଯାଇଛି । କରୋନାକୁ ଦୃଷ୍ଟିରେ ରଖି ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ତାଲାବନ୍ଦୀ ଘୋଷଣା କରାଯାଇଥିବା ଯୋଗୁଁ ସମସ୍ତ ଜନସାଧାରଣ ନିଜ ନିଜ ଘରେ ରହିବାକୁ କଟକଣା ଜାରି କରାଯାଇଛି । ଜନସାଧାରଣ ଏପରି କଟକଣାକୁ ମାନି ଚଳିଲେ ଏହି ଭୁତାଣୁ ସଂକ୍ରମିତ ହେବ ନାହିଁ ବୋଲି ପରାମର୍ଶ ଦିଆଯାଇଛି ।