ଗଂଜାମ ଜିଲ୍ଲା ପ୍ରଶାସନ ଓ ପୋଲିସ ତରଫରୁ ଲକ୍ ଡାଉନ କଟକଣା ଯୋଗୁଁ କଡ଼ାକଡ଼ି ଯାଂଚ, ଆନ୍ଧ୍ର ଓ ଓଡ଼ିଶା ସିମା ସିଲ ଅତ୍ୟାବଶ୍ୟକୀୟ ସାମଗ୍ରୀ ଟ୍ରକ ଚଳାଚଳ ଅବ୍ୟାହତ ।

କରୋନାକୁ ନେଇ ଗଂଜାମ ଜିଲ୍ଲା ପ୍ରଶାସନ ତରଫର କଟକଣା ଜାରି ରହିଛି । ଜାତୀୟ ରାଜପଥ ହେଉ କିମ୍ବା ରାଜ୍ୟ ରାଜପଥ ସବୁଠାରେ ଲକ୍ ଡାଉନ କଟକଣା ଯୋଗୁଁ କଡ଼ାକଡ଼ି ଯାଂଚ କରାଯାଇ ଲୋକଙ୍କୁ ଛଡ଼ାଯାଉଛି । ଆନ୍ଧ୍ର ଓଡ଼ିଶା ସୀମାଠାରେ ଆନ୍ଧ୍ର ପୋଲିସ ଏବଂ ଶ୍ରୀକାକୁଲମ୍ ଜିଲ୍ଲା ପ୍ରଶାସନ ତରଫରୁ ଏପରି କଡ଼ାକଡ଼ି ଯାଂଚ ଜାରି ରହିଛି । ଆନ୍ଧ୍ର ଓ ଓଡ଼ିଶା ମଧ୍ୟରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଟ୍ରକ ଚଳାଚଳ ଅବ୍ୟାହତ ରହିଛି । ଏହାକୁ ଛାଡ଼ିଦେଲେ ଅନ୍ୟ କୌଣସି ଯାନକୁ ଛଡ଼ାଯାଉନାହିଁ । ସେହିପରି ଗାଡ଼ିରେ ଯାତାୟତ କରୁଥିବା ଚାଳକ ଓ ହେଲପର ମାନଙ୍କୁ ମଧ୍ୟ କରୋନା ନେଇ ସଚେତନ କରାଯାଉଛି । ଏହାଛଡ଼ା ଆମ୍ଭୁଲାନ୍ସରେ ରୋଗୀ ଛଡ଼ାଯିବା ସହ ଏଥିରେ ରୋଗୀ ନା ଯାତ୍ରୀ ଯାଉଛନ୍ତି ତାହା ତଦାରଖ କରାଯାଉଛି ।