Home Breaking କରୋନା ଭୁତାଣୁକୁ ଦୃଷ୍ଟିରେ ରଖି ଗଂଜାମ ଜିଲ୍ଲାରେ ଜନସାଧାରଣଙ୍କ ସୁରକ୍ଷା ପାଇଁ ବହୁବିଧ ପଦକ୍ଷେପ ନିଆଯାଇଛି...

କରୋନା ଭୁତାଣୁକୁ ଦୃଷ୍ଟିରେ ରଖି ଗଂଜାମ ଜିଲ୍ଲାରେ ଜନସାଧାରଣଙ୍କ ସୁରକ୍ଷା ପାଇଁ ବହୁବିଧ ପଦକ୍ଷେପ ନିଆଯାଇଛି ଏବଂ ଜିଲ୍ଲାରେ କେହିହେଲେ କରୋନା ପଜିଟିଭ୍ ନଥିବା ଜିଲ୍ଲାପାଳଙ୍କ ସୁଚନା ।

YouTube video

କରୋନା ଭୁତାଣୁକୁ ଦୃଷ୍ଟିରେ ରଖି ଗଂଜାମ ଜିଲ୍ଲାରେ ଜନସାଧାରଣଙ୍କ ସୁରକ୍ଷା ପାଇଁ ବହୁବିଧ ପଦକ୍ଷେପ ନିଆଯାଇଥିବା ଜିଲ୍ଲାପାଳ ବିଜୟ ଅମୃତା କୁଲାଂଗେ ଗଣମାଧ୍ୟମକୁ ସୁଚନା ଦେଇଛନ୍ତି । ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ କଟକଣା ଜାରି କରାଯାଇଥିବା ଯୋଗୁଁ ଏଥିପାଇଁ ମଧ୍ୟ ଜିଲ୍ଲାବ୍ୟାପୀ ଜନସାଧାରଣଙ୍କୁ ନିଜ ନିଜ ଘରେ ରହିବାକୁ ପରାମର୍ଶ ଦିଆଯିବା ସହ ସେମାନଙ୍କ ସମସ୍ୟାର ସମାଧାନ ନେଇ ପଦକ୍ଷେପ ନିଆଯାଉଛି । ଏହି କରୋନା ଯୋଗୁଁ ଗଂଜାମ ଜିଲ୍ଲାକୁ ବିଭିନ୍ନ ରାଜ୍ୟରୁ ପ୍ରାୟ ୨୪ ହଜାର ଶ୍ରମିକ ଓ ଅନ୍ୟାନ୍ୟ ବ୍ୟକ୍ତି ଜିଲ୍ଲାକୁ ଫେରିଛନ୍ତି । ସେହିପରି ୭୭୦ଜଣ ବିଦେଶରୁ ଆସିଛନ୍ତି । ଏହି କରୋନା ପାଇଁ ଶୀତଳାପଲ୍ଲୀଠାରେ ଥିବା ଟାଟା ହସ୍ପିଟାଲ୍ରେ କୋବିଦ୍-୧୯ ପାଇଁ ୨ଶହ ଶଯ୍ୟା ବିଶିଷ୍ଟ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଗଂଜାମ ଜିଲ୍ଲାର ୪୦ଲକ୍ଷ ଜନସାଧାରଣଙ୍କ ମଧ୍ୟରୁ କେହିହେଲେ କରୋନା ପଜିଟିଭ୍ ନଥିବା ଜିଲ୍ଲାପାଳ କୁଲାଂଗେ ପ୍ରକାଶ କରିଛନ୍ତି । ସେହିପରି ଘରେ ସଂଗରୋଧ ରହିଥିବା ଜନସାଧାରଣଙ୍କ ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଉଥିବା ଜିଲ୍ଲାପାଳ କୁଲାଂଗେ କହିବା ସହ ସମସ୍ତେ ନିଜ ନିଜ ଘରେ ରହି କରୋନା ଭୁତାଣୁର ସଂକ୍ରମଣକୁ ରୋକିବା ଉଚିତ ବୋଲି ସେ କହିଛନ୍ତି ।