
କରୋନା ଭୁତାଣୁକୁ ଦୃଷ୍ଟିରେ ରଖି ଲକଡାଉନ ଘୋଷଣା କରାଯାଇଥିବା ଯୋଗୁଁ ଦିଗପହଣ୍ଡି ଅଂଚଳରେ ପୋଲିସ ଓ ପ୍ରଶାସନ ପକ୍ଷରୁ ଜନସଚେତନତା ପାଇଁ ଫ୍ଲାଗମାର୍ଚ୍ଚ କରାଯାଇଥିଲା । ପ୍ରଚଣ୍ଡ ଖରାରେ ପୋଲିସ ଓ ପ୍ରଶାସନିକ ଅଧିକାରୀମାନେ ଏପରି ବିଭିନ୍ନ ଗ୍ରାମ ବୁଲି ଜନସାଧାରଣଙ୍କୁ ସଚେତନ କରିଥିଲେ । ଏଥିରେ ବିଡିଓ ହଳଧର ଶବର, ଥାନାଧିକାରୀ ବସନ୍ତ କୁମାର ସେଠୀ ନେତୃତ୍ୱ ନେଇଥିଲେ । ଗ୍ରାମବାସୀଙ୍କୁ ବାହାରକୁ ନ ବାହାରିବାପାଇଁ ଏଠାରେ ସମସ୍ତଙ୍କୁ ସଚେତନ କରାଯାଇଥିଲା ।






