
ଲକଡାଉନ ଯୋଗୁଁ ମହାନଗରରେ ବିଭିନ୍ନ ଦୋକାନବଜାର ବନ୍ଦ ରହିଛି । ୧୪ ତାରିଖ ପର୍ଯ୍ୟନ୍ତ ଏପରି କଟକଣା ଲାଗି ରହିବା ଫଳରେ ଜୀବଯନ୍ତୁମାନେ ଖାଇବାକୁ ପାଉନଥିବା ପରିଲକ୍ଷିତ ହୋଇଛି । ଏହାକୁ ଦୃଷ୍ଟିରେ ରଖି ମହାନଗରର କିଛି ଗଣମାଧ୍ୟମ ଯୁବକ ଓ ଅନ୍ୟାନ୍ୟ ସ୍ୱେଛାସେବୀମାନେ ବିଭିନ୍ନ ସ୍ଥାନ ପରିଶର୍ଦନ କରି ବୁଲା ଗାଇଗୋରୁ, କୁକୁର ଓ ମାଂକଡ଼ମାନଙ୍କୁ ଶୁଖିଲା ଓ ରନ୍ଧାଖାଦ୍ୟ ପ୍ରଦାନ କରୁଛନ୍ତି ।






