
କରୋନାକୁ ଦୃଷ୍ଟିରେ ରଖି ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ଲକ୍ ଡାଉନ ଘୋଷଣା କରାଯାଇଛି । ଜନସାଧାରଣଙ୍କ ସ୍ୱାର୍ଥ ଦୃଷ୍ଟିରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଲକ୍ ଡାଉନ ଘୋଷଣା କରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ଆର୍ଏସ୍ଏସ୍ ଗଂଜାମ ତରଫରୁ ବହୁ ବାସିନ୍ଦାଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରାଯାଉଛି । ଲକ୍ଷ୍ମୀ ନୃସିଂହ ଉପନଗରର ସ୍ୱୟଂ ସେବକମାନେ ପାଣିଗ୍ରାହୀ ପେଣ୍ଠ ସାହି ଅଂଚଳରେ ରହୁଥିବା ଗରୀବ ପରିବାରଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରିଥିଲେ । ଏଥିରେ ଜିଲ୍ଲା ସଂଘ ଚାଳକ ଲଳିତ ମୋହନ ହୋତା, ସଂତୋଷ ମହାନ୍ତି, ଚୈତନ୍ୟ କୁଣ୍ଡୁ, ଚିତ୍ତ ରଂଜନ ପାଠୀ, ରଶ୍ମୀରାଜ ପାଳ, ଭାସ୍କର ସାହୁ, କିରଣ ସାହୁ, ବିଜୟ ଗୋପାଳ, ସୁରେଶ ସାହୁ, ମଧୁସୁଦନ ସାହୁ, କମଳ ପାତ୍ର, ଗୌରାଂଗ ପାଣିଗ୍ରାହୀ, ରାକେଶ ସାବତ, ଯୋଗେନ୍ଦ୍ର ବରାଡ଼, ରତ୍ନାକର ନାୟକ, ପୀତାମ୍ବର ମହାରଣା, ପ୍ରଫୁଲ ସାହୁ, ଚନ୍ଦନ ସାହୁ, କୈଳାସ ଗୌଡ଼, ସିଦ୍ଧାର୍ଥ ସେଠୀ ପ୍ରମୁଖ ସ୍ୱୟଂ ସେବକମାନେ ଏଥିରେ ଯୋଗଦେଇଥିଲେ ।






