
କରୋନାକୁ ଦୃଷ୍ଟିରେ ରଖି ବ୍ରହ୍ମପୁରରେ ବିଭିନ୍ନ ଅନୁଷ୍ଠାନ ଓ ବଦାନ୍ୟ ବ୍ୟକ୍ତିଙ୍କ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା ରାଶି ପ୍ରଦାନ କରାଯାଉଛି । ଏହି ପରିପ୍ରେକ୍ଷୀରେ ରବିବାର ସଂଗମ୍ ଇଲେକ୍ରୋନିକ୍ସର ମାଲିକ ଡବ୍ଲୁ ଧନ୍ୱନ୍ତରୀ ରାଓ ଏକଲକ୍ଷ ୧ ହଜାର ଟଙ୍କାର ଚେକ୍ ଉପଜିଲ୍ଲାପାଳ ସିନେ୍ଧ ଦତାତ୍ରୟ ଭାଉସାହେବଙ୍କ ଜରିଆରେ ପ୍ରଦାନ କରିଥିଲେ । ରୋଟାରୀ କ୍ଲବ୍ ବ୍ରହ୍ମପୁର ଇଷ୍ଟର ସଭାପତି ପ୍ରଦୀପ କୁମାର ପଣ୍ଡା ଏବଂ ତାଙ୍କ ଧର୍ମପତ୍ନୀ ତଥା ଚିକରଡ଼ା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପୁଷ୍ପିତା ପାଣିଗ୍ରାହୀ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୬୧ହଜାର ଟଙ୍କାର ଏକ ଚେକ୍ ଉପଜିଲ୍ଲାପାଳ ଭାଉସାହେବଙ୍କୁ ପ୍ରଦାନ କରିଛନ୍ତି । ଶ୍ରୀମତୀ ପାଣିଗ୍ରାହୀ ନିଜରର ଏକ ମାସର ଦରମା ପ୍ରଦାନ କରିଛନ୍ତି ।






