ଲକ୍ ଡାଉନ୍କୁ ଦୃଷ୍ଟିରେ ରଖି ମହାନଗରରେ ପୋଲିସ ତରଫରୁ ନିଆଯାଉଛି ବହୁ ପଦକ୍ଷେପ, କିଛି ସ୍ଥାନରେ ଜମୁଛି ଭୀଡ , କମାପଲ୍ଲୀ ଭେଣ୍ଠି ଜୋନ ନିକଟ ରାସ୍ତାରେ ବହୁ ଗାଡ଼ି ଜବତ ।

YouTube video

ଲକ୍ ଡାଉନ୍କୁ ଦୃଷ୍ଟିରେ ରଖି ବ୍ରହ୍ମପୁର ମହାନଗରରେ ପୋଲିସ ତରଫରୁ ଲୋକଙ୍କ ସୁରକ୍ଷା ପାଇଁ ବହୁ ପଦକ୍ଷେପ ନିଆଯାଉଥିଲେ ମଧ୍ୟ କିଛି ସ୍ଥାନରେ ଜନସାଧାରଣ ଭୀଡ଼ ଜମାଉଥିବା ପରିଲକ୍ଷିତ ହୋଇଛି । ଘର ଭିତରେ ସମସ୍ତେ ରହିବାପାଇଁ କୁହାଯାଇଥିବାବେଳେ ଯାନ ବାହନ ବାହାରକୁ ନ ଆଣିବାପାଇଁ ମଧ୍ୟ ନିର୍ଦେଶ ଦିଆଯାଇଛି । ତେବେ ଆଇନକୁ ଖିଲାପ କରୁଥିବା ବହୁ ଜନସାଧାରଣଙ୍କ ନାମରେ ମାମଲା ରୁଜୁ କରାଯାଇଥିବାବେଳେ ଗାଡ଼ିଗୁଡ଼ିକୁ ମଧ୍ୟ ଜବତ କରାଯାଉଛି । କମାପଲ୍ଲୀ ଭେଣ୍ଠି ଜୋନ ନିକଟସ୍ଥ ରାସ୍ତାରେ ଏପରି ଗାଡ଼ି ଜବତ କରାଯାଇଥିବାବେଳେ ଜନୈକା ଯୁବତୀ ପୋଲିସକୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ଏ ସଂକ୍ରାନ୍ତରେ ବୈଦ୍ୟନାଥପୁର ଥାନାରେ ଏକ ମାମଲା ରୁଜୁ କରାଯାଇଥିବା ଜଣାଯାଇଛି । ଲୋକଙ୍କ ଜୀବନ ବଂଚାଇବାପାଇଁ ପୋଲିସ ପକ୍ଷରୁ ସମସ୍ତ ପ୍ରକାର ଉଦ୍ୟମ କରାଯାଉଥିବାବେଳେ ପୋଲିସକୁ ଦୁର୍ବ୍ୟବହାର କରିବାନେଇ ବିଭିନ୍ନ ମହଲରୁ ଅସଂତୋଷ ପ୍ରକାଶ ପାଇଛି ।