କରୋନାକୁ ଦୃଷ୍ଟିରେ ରଖି ମୁସ୍ଲିମ ସମ୍ପ୍ରଦାୟ ତରଫରୁ ଅସ୍ଥାୟୀ କେନ୍ଦ୍ର ଆଶ୍ରୟରେ ରହୁଥିବା ଜନସାଧାରଣଙ୍କୁ ମାଗଣାରେ ଖାଦ୍ୟ ପ୍ରଦାନ ଅବ୍ୟାହତ ରହିଛି ।

କରୋନାକୁ ଦୃଷ୍ଟିରେ ରଖି ମୁସ୍ଲିମ ସମ୍ପ୍ରଦାୟ ତରଫରୁ ପାୟଲ ଟକିଜ ନିକଟରେ ଥିବା ଅସ୍ଥାୟୀ କେନ୍ଦ୍ର ଆଶ୍ରୟରେ ରହୁଥିବା ଜନସାଧାରଣଙ୍କୁ ମାଗଣାରେ ଖାଦ୍ୟ ପ୍ରଦାନ ଅବ୍ୟାହତ ରହିଛି । ମହାନଗର ନିଗମ ତରଫରୁ କମିଶନର ଚକ୍ରବର୍ତ୍ତି ସିଂ ରାଠୋରଙ୍କ ପରାମର୍ଶକ୍ରମେ ମୁସ୍ଲିମ କମ୍ୟୁନିଟି ତରଫରୁ ଦିନକୁ ଦୁଇ ଓଳି ଏପରି ଖାଦ୍ୟ ପ୍ରଦାନ କରାଯାଉଛି । ଏହି ଅବସରରେ ମହମ୍ମଦ ଫାୟାଜ୍ ଖାନ୍, ସଲିମ୍ ଖାନ୍, ଆମୀର୍ ବେଗ୍, ୟୁନୁସ ଖାନ୍, ଫାୟାଜ୍, ସାକିଲ୍ ବେଗ୍, ସମୀର ଫିରୋଜ ବେଗ୍, ୟୁସୁଫ ଖାନ୍, ନାୟିମ୍, ନବୀନ୍, ମୀର୍ ହୁସେନ, ଆକ୍ରାମ୍, ସର୍ଫରାଜଙ୍କ ସମେତ ବହୁ ମୁସଲିମ୍ କର୍ମକର୍ତ୍ତା ଉପସ୍ଥିତ ଥିଲେ । ସେହିପରି ରାସ୍ତାରେ ବୁଲୁଥିବା ବହୁ ପାଗଳ, ଅସହାୟ ବୃଦ୍ଧବୃଦ୍ଧା ଏବଂ ଫେରିବାଲା ମାନଙ୍କୁ ଏପରି ଖାଦ୍ୟ ପ୍ରଦାନ କରାଯାଉଛି । ଦିନ ଏବଂ ରାତିରେ ପ୍ରାୟ ୨୩୫ଜଣଙ୍କୁ ଏପରି ଖାଦ୍ୟ ଯୋଗାଇଦିଆଯାଉଛି ।