ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ବହୁ ବଦାନ୍ୟ ବ୍ୟକ୍ତି ଓ ଅନୁଷ୍ଠାନ ପକ୍ଷରୁ ସହାୟତା ।

କରୋନାକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ଉପଜିଲ୍ଲାପାଳ ସିନେ୍ଧ ଦତାତ୍ରୟ ଭାଉସାହେବଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ବହୁ ବଦାନ୍ୟ ବ୍ୟକ୍ତି ଓ ଅନୁଷ୍ଠାନ ପକ୍ଷରୁ ସହାୟତା ରାଶି ଚେକ୍ ଆକାରରେ ପ୍ରଦାନ କରାଯାଉଛି । ବ୍ରହ୍ମପୁର ନୀଳକଂଠେଶ୍ୱର ମନ୍ଦିର ସେବା ପ୍ରତିଷ୍ଠାନ ପକ୍ଷରୁ ୨ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରାଯାଇଛି । ସେହିପରି ସ୍ୱର୍ଣ୍ଣ ଗଂଗଦେବ ନାମକ ଜଣେ ଯୁବକ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୩୦ ହଜାର ଟଙ୍କାର ଆର୍ଥିକ ରାଶି ଚେକ୍ ଆକାରରେ ପ୍ରଦାନ କରିଛନ୍ତି ।