ଲକ ଡାଉନ ସମୟରେ ଜନସାଧାରଣ ସପରିବାର ଘରେ ରହୁଥିବା ଯୋଗୁଁ ଦୁରଦର୍ଶନ ଚାନେଲରେ ରାମାୟଣ ଓ ଡିଡି ଭାରତୀ ଚାନେଲରେ ମହାଭାରତ ଧାରାବାହିକ ପୁନଃ ପ୍ରସାରଣ ଆରମ୍ଭ ।

YouTube video

କରୋନାକୁ ଦୃଷ୍ଟିରେ ରଖି ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ଲକଡାଉନ ଘୋଷଣା କରାଯାଇଛି । ଏଥିପାଇଁ ପ୍ରତ୍ୟେକ ଜନସାଧାରଣ ସପରିବାର ଘରେ ରହୁଥିବା ଯୋଗୁଁ ଶନିବାରଠାରୁ ଦୁରଦର୍ଶନ ମାଧ୍ୟମରେ ରାମାୟଣ ଓ ଡିଡି ଭାରତୀ ଚାନେଲରେ ମହାଭାରତ ଧାରାବାହିକ ପୂନଃ ପ୍ରସାରଣ ଆରମ୍ଭ ହୋଇଛି । ମହାଭାରତର ପ୍ରସାରଣ ୧୯୮୮ ରୁ ୧୯୯୦ ମସିହାପର୍ଯ୍ୟନ୍ତ ଦୁରଦର୍ଶନରେ ପ୍ରସାରିତ କରାଯାଇଥିଲା । ଜନସାଧାରଣଙ୍କ ଦାବି ଅନୁସାରେ ରାମାୟଣ ଓ ମହାଭାରତର ପ୍ରସାରଣ କରାଯାଉଥିବା ଯୋଗୁଁ ବ୍ରହ୍ମପୁରରେ ମଧ୍ୟ ଘରେ ଘରେ ଏହି ଧାରାବାହିକକୁ ସମସ୍ତେ ଉତ୍ସାହର ସହ ଦେଖୁଛନ୍ତି । ରାମାୟଣ ସକାଳ ୯ଟା ଏବଂ ରାତ୍ର ୯ଟାରେ ପ୍ରସାରିତ ହେଉଛି । ଛୋଟ ଶିଶୁଠାରୁ ଆରମ୍ଭ କରି ପରିବାରର ସମସ୍ତ ସଦସ୍ୟ ଏହି ଧାରାବାହିକଗୁଡ଼ିକୁ ଉପଭୋଗ କରୁଛନ୍ତି ।