
କରୋନାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ବିଜୟ ଅମୃତା କୁଲାଂଗେଙ୍କ ନେତୃତ୍ୱରେ ସ୍ୱାସ୍ଥ୍ୟ ସେବା ଯୋଗାଇଦେବାପାଇଁ ବହୁ ପଦକ୍ଷେପ ନିଆଯାଉଛି । ଟାଟା ମେଡ଼ିକାଲ୍ ହସ୍ପିଟାଲ୍ରେ ୨ଶହ ଶଯ୍ୟା ବିଶିଷ୍ଟ କୋବିଡ-୧୯ ହସ୍ପିଟାଲ ଖୋଲିବାପାଇଁ କର୍ତ୍ତୁପକ୍ଷଙ୍କ ସହ ଆଲୋଚନା ହୋଇଛି । ଏଥିନେଇ ଜିଲ୍ଲାପାଳ କୁଲାଂଗେ ଏବଂ ଅନ୍ୟାନ୍ୟ ପଦାଧିକାରୀ ଏହାର ତଦାରଖ କରିଛନ୍ତି । ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ୨୦ଟି ଶଯ୍ୟାପାଇଁ ସୁବିଧା ରହିଛି ତେବେ ସୁପର ସ୍ପେଷିଆଲିଷ୍ଟ କୋଠାରେ କୋଭିଦ-୧୯ ଖୋଲିବାକୁ ନିଷ୍ପତ୍ତି ନିଆଯାଇଥିବାବେଳେ ଡାକ୍ତରଖାନାରେ ବିଭିନ୍ନ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଯୋଗୁଁ ଏହାକୁ ଦୃଷ୍ଟିରେ ରଖି ଶୀତଳାପଲ୍ଳୀ ଟାଟା ମେଡ଼ିକାଲ ହସ୍ପିଟାଲରେ କୋଭିଦ-୧୯ ହସ୍ପିଟାଲ କରିବାପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।






