ଲକ୍ ଡାଉନ କଟକଣା ଯୋଗୁଁ ମହାନଗରର ବିଭିନ୍ନ ଥାନା ଅଂଚଳରେ ଆଇନ ଖିଲାପ କରି ବୁଲୁଥିବା ଗାଡ଼ି ଚାଳକଙ୍କୁ ଯାଞ, ୧୨୦ଟି ଗାଡ଼ି ଜବତ ।

YouTube video

ଲକ୍ ଡାଉନ କଟକଣା ଯୋଗୁଁ ମହାନଗରର ବିଭିନ୍ନ ଥାନା ଅଂଚଳରେ ଆଇନକୁ ଖିଲାପ କରି ବୁଲୁଥିବା ଗାଡ଼ି ଚାଳକମାନଙ୍କୁ ଯାଞ କରାଯାଇ ସେମାନଙ୍କ ଗାଡ଼ି ଗୁଡ଼ିକୁ ଜବତ କରାଯାଉଛି । ବ୍ରହ୍ମପୁର ଏସ୍ପି ପିନାକ ମିଶ୍ରଙ୍କ ନିର୍ଦେଶକ୍ରମେ ବିଭିନ୍ନ ଥାନାଧିକାରୀଙ୍କ ନେତୃତ୍ୱରେ ସୁରକ୍ଷା ଦୃଷ୍ଟିରୁ ଗାଡ଼ି ଯାଂଚ କରାଯାଇ ଏପରି ପଦକ୍ଷେପ ନିଆଯାଉଛି । ବର୍ତ୍ତମାନ ସୁଦ୍ଧା ବଡ଼ ବଜାର ଥାନାରେ ୪୭ଟି ବାଇକ, ଗୋସାଇଁନୁଆଗାଁ ଥାନରେ ୩୧ଟି ଗାଡ଼ି, ବୈଦ୍ୟନାଥପୁର ଥାନାରେ ୧୬ଟି ଗାଡ଼ି ଏପରି ୧୨୦ଟି ଗାଡ଼ି ଜବତ କରାଯାଇଥିବା ଏସ୍ଡିପିଓ ବିଷ୍ଣୁ ପ୍ରସାଦ ପତି ସୁଚନା ଦେଇଛନ୍ତି । ସେହିପରି ବେଆଇନଭାବେ ଯାତାୟତ କରୁଥିବା ବହୁ ଜନସାଧାରଣଙ୍କ ନାମରେ ମାମଲା ରୁଜୁ କରାଯାଇଛି । ତେଣୁ ଲକ୍ ଡାଉନ କଟକଣା ଯୋଗୁଁ କେହି ହେଲେ ବିନା କାରଣରେ ବାହାରକୁ ନ ବାହାରିବାପାଇଁ ପରାମର୍ଶ ଦିଆଯାଇଛି । ତେବେ ମାଲ ପରିବହନକୁ ଗୁରୁତ୍ୱ ଦିଆଯାଇ ଗାଡ଼ି ଗୁଡ଼ିକୁ ଛଡ଼ାଯାଉଥିବା କୁହାଯାଇଛି । ସେହିପରି ଆମ୍ବୁଲାନ୍ସ ଏବଂ ଅତ୍ୟାବଶ୍ୟକୀୟ ସାମଗ୍ରୀ ବୋଝେଇ ଗାଡ଼ିକୁ ଛଡ଼ାଯାଉଛି ।