କରୋନାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ ରାସ୍ତାଘାଟରେ ଭରସା କରି ଚଳୁଥିବା ସହରାଂଚଳ ଉଠା ଦୋକାନୀଙ୍କ ପାଇଁ ୩ହଜାର ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା ।

YouTube video

କରୋନାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ରାସ୍ତାଘାଟରେ ଭରସା କରି ଚଳୁଥିବା ସହରାଂଚଳ ଉଠା ଦୋକାନୀମାନଙ୍କୁ ୩ହଜାର ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି । ଏହାଦ୍ୱାରା ରାଜ୍ୟର ପଂଜିକୃତ ୬୫ହଜାର ଉଠା ଦୋକାନୀ ଏହାର ଉପକାର ପାଇପାରିବେ । ସେହିପରି ପ୍ରତି ପଂଚାୟତରେ ଗରୀବ ଓ ଅସହାୟ ଲୋକଙ୍କୁ ପ୍ରତିଦିନ ସ୍ୱୟଂ ସହାୟକ ଗୋଷ୍ଟି ଜରିଆରେ ରନ୍ଧାଖାଦ୍ୟ ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି । ଏହାଦ୍ୱାରା ପ୍ରାୟ ୧୦ଲକ୍ଷ ଗରୀବ ଓ ନିରାଶ୍ରୟ ଲୋକ ଉପକୃତ ହୋଇପାରିବେ । କରୋନା ଭୟାଭହତାକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ଜନସାଧାରଣ ଘରୁ ନ ବାହାରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।