Home Breaking ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ କରୋନା ଭୁତାଣୁ ଜନିତ ଆଉ ଜଣେ ସଂଦିଗ୍ଧ ଆଇସୋଲେସନ ୱାର୍ଡରେ ଭର୍ତ୍ତି,...

ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ କରୋନା ଭୁତାଣୁ ଜନିତ ଆଉ ଜଣେ ସଂଦିଗ୍ଧ ଆଇସୋଲେସନ ୱାର୍ଡରେ ଭର୍ତ୍ତି, ପୂର୍ବରୁ ଭର୍ତ୍ତି ହୋଇଥିବା ୧୪ଜଣଙ୍କ ରିପୋର୍ଟ ନେଗେଟିଭ ।

YouTube video

ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ କରୋନା ଭୁତାଣୁ ଜନିତ ଆଉ ଜଣେ ସଂଦିଗ୍ଧ ଆଇସୋଲେସନ ୱାର୍ଡରେ ଭର୍ତ୍ତି ହୋଇଛନ୍ତି । ଉକ୍ତ ଯୁବକଙ୍କ ଘର କବିସୁର୍ଯ୍ୟ ନଗର ଅଂଚଳରେ ହୋଇଥିବାବେଳେ ସେ ମାଳଦୀପରୁ ଫେରିଛନ୍ତି । ତାଙ୍କୁ ବର୍ତ୍ତମାନ ଜ୍ୱର ଓ ଥଣ୍ଡା କାସ ହେଉଛି । ପ୍ରଥମେ କବିସୁର୍ଯ୍ୟନଗରରେ ଚିକିତ୍ସିତ ହେବା ପରେ ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଯାଇଛି । ବଡ଼ ଡାକ୍ତରଖାନାରେ ତାଙ୍କର ସ୍ୱାବ ସଂଗ୍ରହ କରାଯାଇ ଭୂବନେଶ୍ୱର ଆର୍ଏମ୍ଆରସିକୁ ପରୀକ୍ଷା ପାଇଁ ପଠାଯାଇଥିବା ବଡ଼ ଡାକ୍ତରଖାନା ଅଧିକ୍ଷକ ପ୍ରଫେସର ଡାକ୍ତର ସଂତୋଷ ମିଶ୍ର ସୁଚନା ଦେଇଛନ୍ତି । ଏହି ବଡ଼ ଡାକ୍ତରଖାନାର ଆଇସୋଲେସନ୍ରେ ବର୍ତ୍ତମାନ ସୁଦ୍ଧା ୧୪ଜଣ ଭର୍ତ୍ତି ହୋଇଥିବାବେଳେ ସମସ୍ତଙ୍କ ରିପୋର୍ଟ ନେଗେଟିଭ ଆସିଛି ବୋଲି ଅଧିକ୍ଷକ ପ୍ରଫେସର ମିଶ୍ର ସୁଚନା ଦେଇଛନ୍ତି ।