ହିଂଜିଳିକାଟୁ ଥାନା ଆହ୍ଲାପୁର ଦଣ୍ଡୁଆଦଳ ପକ୍ଷରୁ ଦଣ୍ଡଯାତ୍ରା ପ୍ରସ୍ତୁତ ହେଉଥିବାବେଳେ ଦଣ୍ଡଯାତ୍ରା ବନ୍ଦ କରାଯିବା ସହ ୫ଜଣ ଦଣ୍ଡୁଆଙ୍କ ନାମରେ ମାମଲା ରୁଜୁ ।

YouTube video

କରୋନାକୁ ଦୃଷ୍ଟିରେ ରଖି ଗଂଜାମ ଜିଲ୍ଲାର ପ୍ରସିଦ୍ଧ ଦଣ୍ଡନାଚ ଜିଲ୍ଲାପାଳ ବିଜୟ ଅମୃତା କୁଲାଂଗେଙ୍କ ନିର୍ଦେଶକ୍ରମେ ନିଷେଧାଜ୍ଞା ଜାରି ହୋଇଛି । ତେବେ ଏହି ନିଷେଧାଜ୍ଞାକୁ ଅବମାନନା କରି କିଛିଦିନ ପୂର୍ବେ ପୁରୁଷୋତ୍ତମପୁର ଥାନା ଅଂଚଳରେ ଏକ ଦଣ୍ଡୁଆଦଳର କିଛି ସଦସ୍ୟଙ୍କ ନାମରେ ମାମଲା ରୁଜୁ କରାଯାଇ ଦଣ୍ଡଯାତ୍ରାକୁ ବନ୍ଦ କରିଦିଆଯାଇଥିଲା । ପୁଣି ଥରେ ଶୁକ୍ରବାର ହିଂଜିଳିକାଟୁ ଥାନା ଅନ୍ତର୍ଗତ ଆହ୍ଲାପୁରର ଦଣ୍ଡୁଆଦଳ ଦଣ୍ଡଯାତ୍ରା କରିବା ପାଇଁ ପ୍ରସ୍ତୁତ ହେଉଥିବାବେଳେ ଖବର ପାଇ ହିଂଜିଳି ତହସିଲଦାରଙ୍କ ନିର୍ଦେଶକ୍ରମେ ଏହି ଦଣ୍ଡଯାତ୍ରାକୁ ବନ୍ଦ କରାଯିବା ସହ ୫ଜଣ ଦଣ୍ଡୁଆଙ୍କ ନାମରେ ମାମଲା ରୁଜୁ କରାଯାଇଥିବା ହିଂଜିଳିକାଟୁ ଥାନା ପକ୍ଷରୁ କୁହାଯାଇଛି ।