କରୋନାକୁ ଦୃଷ୍ଟିରେ ରଖି ମହାନଗରରେ ପୋଲିସ କର୍ମଚାରୀମାନେ କାର୍ଯ୍ୟ କରି ଆସୁଥିବାବେଳେ ସେମାନଙ୍କୁ ଶୁକ୍ରବାର ବିଜେଡ଼ି ନେତା ତଥା ନ୍ୟୁ ବିରିୟାନୀ ସେଣ୍ଟର୍ର ମାଲିକ ଏସ୍.ଏ ଖଲିଲ୍ ମାଗଣାରେ ଖାଦ୍ୟ ବଣ୍ଟନ କରିଛନ୍ତି ।

YouTube video

କରୋନାକୁ ଦୃଷ୍ଟିରେ ରଖି ମହାନଗରରେ ଜନସାଧାରଣଙ୍କ ସୁରକ୍ଷା ଦୃଷ୍ଟିରୁ ବିଭିନ୍ନ ସ୍ଥାନରେ ପୋଲିସ ମୁତୟନ ରହିଛନ୍ତି । ଜନସାଧାରଣଙ୍କ ପାଇଁ ଏହି ପୋଲିସ କର୍ମଚାରୀମାନେ କାର୍ଯ୍ୟ କରି ଆସୁଥିବାବେଳେ ସେମାନଙ୍କୁ ଶୁକ୍ରବାର ବିଜେଡ଼ି ନେତା ତଥା ନ୍ୟୁ ବିରିୟାନୀ ସେଣ୍ଟର୍ର ମାଲିକ ଏସ୍.ଏ ଖଲିଲ୍ ମାଗଣାରେ ଖାଦ୍ୟ ବଣ୍ଟନ କରିଛନ୍ତି । ଏପରି ମହତ୍ତ କାର୍ଯ୍ୟକୁ ସାଧାରଣରେ ସ୍ୱାଗତ କରାଯାଇଛି । ଏପରି ଖାଦ୍ୟ ବଣ୍ଟନ ଯୋଗୁଁ ଦାୟିତ୍ୱରେ ଥିବା ପୋଲିସ କର୍ମଚାରୀଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଛି ।