
ଗଂଜାମ ଜିଲ୍ଲାରେ ସାମ୍ବାଦିକମାନଙ୍କ ପାଇଁ କରୋନା ଭୁତାଣୁ ସମ୍ପର୍କରେ ଖବର ସଂଗ୍ରହ ପାଇଁ କୌଣସି କଟକଣା ଜାରି କରାଯାଇନଥିବା ଗଂଜାମ ଏସ୍ପି ବ୍ରିଜେଶ ରାୟ ଓ ବ୍ରହ୍ମପୁର ଏସ୍ପି ପିନାକ ମିଶ୍ର ସୁଚନା ଦେଇଛନ୍ତି । ତେବେ ସାମ୍ବାଦିକ ଭାଇମାନେ ସମଦୁରତା ଅବଲମ୍ବନ କରି ଖବର ସଂଗ୍ରହ କରିବାପାଇଁ ପରାମର୍ଶ ଦିଆଯାଇଛି । କୌଣସି ସ୍ଥାନରେ ସାମ୍ବାଦିକମାନଙ୍କୁ ଖବର ସଂଗ୍ରହ ବେଳେ ପୋଲିସ କର୍ମଚାରୀମାନେ ଅଟକାଇବେ ନାହିଁ ବୋଲି ବିଭିନ୍ନ ଥାନାଧିକାରୀମାନଙ୍କୁ ନିର୍ଦେଶ ଦିଆଯାଇଥିବା କୁହାଯାଇଛି ।






