
କରୋନାକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ମହାନଗର ନିଗମ ୱାର୍ଡ ନଂ ୭ରେ ଥିବା ବାଲୁଂକେଶ୍ୱର ପରିବା ବଜାରକୁ ହରିଡ଼ାଖଣ୍ଡି ଛକ କାଠମେଣ୍ଟୁ ରୋଡ଼କୁ ସ୍ଥାନାନ୍ତର କରାଯାଇଛି । ଏଠାରେ ପ୍ରତ୍ୟେକ ପରିବା ଦୋକାନୀଙ୍କ ମଧ୍ୟରେ ଦଶଫୁଟ ଦୁରତା ରଖିବା ସହ ଏକ ମିଟର ଅନ୍ତରରେ ଗ୍ରାହକମାନେ ପରିବା କିଣିବା ପାଇଁ ଗୋଲେଇ ବ୍ୟବସ୍ଥା କରାଯାଇଛି । କମିଶନର ଚକ୍ରବର୍ତ୍ତି ସିଂ ରାଠୋର ଏବଂ ଏସ୍ପି ପିନାକ ମିଶ୍ରଙ୍କ ପରାମର୍ଶକ୍ରମେ ଏପରି ସ୍ଥାନାନ୍ତରୀତ କରାଯାଇଥିଲା । ଏହି ଅବସରରେ ଏସ୍ଡିପିଓ ବିଷ୍ଣୁପତି, ବଡ଼ବଜାର ଥାନାଧିକାରୀ ପ୍ରଶାନ୍ତ ଭୁପତି, ପୂର୍ବତନ କର୍ପୋରେଟର ରାକେଶ ସାହୁ, ଉଦ୍ଧବ ବିଶୋୟୀ, ଏନ୍.ଆପ୍ପାରାଓ ଓ ରାଜେଶ୍ୱର ବେହେରା ପ୍ରମୁଖ ଉପସ୍ଥିତ ରହି ବ୍ୟବସାୟୀମାନଙ୍କୁ ମାକ୍ସ ବ୍ୟବହାର ନେଇ ସଚେତନ କରିବା ସହ ସମଦୁରତା ରକ୍ଷା କରିବାପାଇଁ ଅନୁରୋଧ କରିଥିଲେ ।






