ବଡ଼ ଡାକ୍ତରଖାନା ଡାକ୍ତରଙ୍କୁ ନେଇ ଆର୍ଡିସିଙ୍କ ଜରୁରୀ ବୈଠକ, କୋଭିଡ୍-୧୯ ରୋଗୀଙ୍କ ପାଇଁ ହୋମିଓପ୍ୟାଥିକ କଲେଜ ପରିସର ନୂତନ କୋଠାରେ ୪ଶହ ଶଯ୍ୟା ବିଶିଷ୍ଟ ଏକ ସ୍ୱତନ୍ତ୍ର ୱାଡ ଖୋଲିବାକୁ ନିଷ୍ଫତି ।

YouTube video

ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ କାର୍ଯ୍ୟରତ ବିଭିନ୍ନ ବିଭାଗୀୟ ପ୍ରଫେସରମାନଙ୍କୁ ନେଇ ଏକ ଜରୁରୀ ବୈଠକ ଶୁକ୍ରବାର ଅଧିକ୍ଷକ ପ୍ରଫେସର ସଂତୋଷ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । କରୋନା ଭୁତାଣୁକୁ ଦୃଷ୍ଟିରେ ରଖି ଡିଏମ୍ଇଟି ତରଫରୁ କୋଭିଡ୍-୧୯ ରୋଗୀଙ୍କ ପାଇଁ ବଡ଼ ଡାକ୍ତରଖାନାର ବାହାର ଏକ ସ୍ଥାନରେ ୪ଶହ ଶଯ୍ୟା ବିଶିଷ୍ଟ ଏକ ସ୍ୱତନ୍ତ୍ର ହସପିଟାଲ ପ୍ରକୋଷ୍ଠ ଖୋଲିବା ପାଇଁ ଆଲୋଚନା ହୋଇଥିଲା । ଏହି ସ୍ୱତନ୍ତ୍ର ହସ୍ପିଟାଲ୍ରେ ବଡ଼ ଡାକ୍ତରଖାନାରେ କାର୍ଯ୍ୟରତ ବହୁ ଡାକ୍ତର ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବେ । ପ୍ରାୟ ୩୦ଜଣ ଡାକ୍ତର ଭାଗ ଭାଗ ହୋଇ ଚିକିତ୍ସା କରିବା ସହ ୧୫-୧୪ଜଣ ଲେଖାଏଁ ରୋଗୀଙ୍କ ଚିକିତ୍ସା କରିବା ସହ ଚିକିତ୍ସା କରୁଥିବା ଡାକ୍ତରମାନେ ସଂଗରୋଧରେ ରଖାଯିବାପାଇଁ ଏଠାରେ ଆଲୋଚନା ହୋଇଥିଲା । ଏହି କରୋନା ଭୁତାଣୁ ପାଇଁ ଭେଷଜ, ଶିଶୁରୋଗ ବିଭାଗ ଓ ମାଇକ୍ରୋବାୟୋଲୋଜୀ ବିଭାଗର ଗୁରୁତ୍ୱପୁର୍ଣ୍ଣ ଭୂମିକା ରହିଥାଏ । ତେବେ ମାଇକ୍ରୋବାୟୋଲୋଜୀ ବିଭାଗରେ ଜଣେ ପ୍ରଫେସର ଓ ଆସିଷ୍ଟାଣ୍ଟ ପ୍ରଫେସର ଛୁଟିରେ ରହିଥିବା ଯୋଗୁଁ ସେମାନଙ୍କୁ ତୁରନ୍ତ କାର୍ଯ୍ୟରେ ଯୋଗଦେବାପାଇଁ ପରାମର୍ଶ ଦିଆଯିବ ବୋଲି ଏଠାରେ ସୁଚନା ଦିଆଯାଇଥିଲା । ଏଥିରେ ଅନ୍ୟ ବଭାଗର ମଧ୍ୟ ଡାକ୍ତର, ନର୍ସ ଓ ଅନ୍ୟ କର୍ମଚାରୀମାନେ ଏହି ସ୍ୱତନ୍ତ୍ର ହସ୍ପିଟାଲ୍ରେ ସ୍ୱାସ୍ଥ୍ୟସେବା ପ୍ରଦାନ କରିବେ ବୋଲି ଏହି ବୈଠକରେ ସ୍ଥିର ହୋଇଥିବା ଜଣାପଡ଼ିଛି । ବିଜୁ ପଟନାୟକ ହୋମିଓପ୍ୟାଥିକ କଲେଜ ପରିସରରେ ଥିବା ଏକ ନୂତନ କୋଠାରେ କୋଭିଡ୍-୧୯ ରୋଗୀଙ୍କ ପାଇଁ ଚିକିତ୍ସା ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ସୁଚନା ମିଳିଛି । ଶୁକ୍ରବାର ଆର୍ଡିସି ଟି.ଆଓ ଓ କିଛି ପ୍ରଶାସନିକ ଅଧିକାରୀ ଏହି କୋଠାକୁ ପରିଦର୍ଶନ କରି ଏହାର ତଦାରଖ କରିଥିଲେ ।