
କରୋନା ଭୁତାଣୁକୁ ଦୃଷ୍ଟିରେ ରଖି କଟକଣା ଜାରି କରାଯାଇଥିବା ଯୋଗୁଁ ଦୋକାନ ବଜାର ବନ୍ଦ ରହିଛି । ଏପରି ପରିସ୍ଥିତିରେ ବହୁ ଅସହାୟ, ଗରୀବ ଓ ଭିକାରୀ ଶ୍ରେଣୀର ବ୍ୟକ୍ତିମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହି ମହାମାରୀରୁ ରକ୍ଷା ପାଇବାପାଇଁ ହେଲ୍ପିଂ ହେଣ୍ଡ୍ ନାମକ ଏକ ସଂସ୍ଥା ତରଫରୁ କିଛି ସଦସ୍ୟ ମହାନଗରର ବିଭିନ୍ନ ସ୍ଥାନ ବୁଲି ଲୋକମାନଙ୍କୁ ମାକ୍ସ, ପାଣିବୋତଲ, ବିସ୍କୁଟ ଓ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ପ୍ରଦାନ କରୁଛନ୍ତି । ସେହିପରି ଜନସାଧାରଣଙ୍କ ସୁରକ୍ଷା ଦୃଷ୍ଟିରୁ ଦାୟିତ୍ୱରେ ରହୁଥିବା କିଛି ପୋଲିସ କର୍ମଚାରୀଙ୍କୁ ସଦସ୍ୟମାନେ ମାକ୍ସ, ବିସ୍କୁଟ ଓ ପାଣି ବୋତଲ ପ୍ରଦାନ କରୁଥିବା ଲକ୍ଷ୍ୟ କରାଯାଇଛି ।






