
କରୋନାକୁ ଦୃଷ୍ଟିରେ ରଖି ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ଭାରତରେ ଲକ୍ ଡାଉନ ଘୋଷଣା କରାଯାଇଛି । ଏହି ଲକ୍ ଡାଉନ ପାଇଁ ଓଡିଶାରେ ସରକାରଙ୍କ ପକ୍ଷରୁ କଟକଣା ଜାରି କରାଯାଇଛି । ରାଜ୍ୟ ସରକାରଙ୍କ କୋଭିଡ ୧୯ ମୂଖପାତ୍ର ସୁବ୍ରତ ବାଗଚି ଗଣମାଧ୍ୟମକୁ ବିସ୍ୃତ ତଥ୍ୟ ପ୍ରଦାନ କରିଛନ୍ତି । ରାଜ୍ୟରେ ୧୬୪ଟି କୋରୋନା ଭାଇରସ ନମୁନା ପରିକ୍ଷାରୁ ୨ଟି ପଜିଟିଭ ରହିଛି । ଅନ୍ୟ ରାଜ୍ୟରୁ ଓଡିଶାକୁ ୮୪ ହଜାର ଲୋକ ଫେରିଛନ୍ତି । ଏମାନଙ୍କ ମଧ୍ୟରୁ କେତେକ ଆକ୍ରାନ୍ତ ଥାଇପାରନ୍ତି ଏଣୁ ପଂଚାୟତ ସ୍ତରରେ ୭୨୭୬ ଶର୍ଯ୍ୟା ବ୍ୟବସ୍ଥା କରାଯାଇଛି । ଲକଡାଉନ ସମୟରେ ଉଲଘନକାରିଙ୍କ ବିରୁଦ୍ଧରେ ୪୦୪ ମାଲଲା ରୁଜୁ କରାଯାଇଛି । ଖବର କାଗଜ ବିତରକମାନେ ସକାଳ ୪ଟାରୁ ୭ ଟା ମଧ୍ୟରେ ବିତରଣ କରିପାରିବେ । ଅତି ଜରୁରି ନଥିଲେ ମେଡିକାଲ ନ ଜିବାକୁ ମୂଖପାତ୍ର ବାଗଚି ଅନୁରୋଧ କରିଛନ୍ତି ।






