Home Breaking କରୋନାକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ମହାନଗର ନିଗମ ତରଫରୁ ବିଭିନ୍ନ ୱାର୍ଡରେ ସ୍ୱେଛାସେବୀ ମହିଳା ଗୃପ...

କରୋନାକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ମହାନଗର ନିଗମ ତରଫରୁ ବିଭିନ୍ନ ୱାର୍ଡରେ ସ୍ୱେଛାସେବୀ ମହିଳା ଗୃପ ମାଧ୍ୟମରେ ଆଳୁ ପିଆଜ ବିକ୍ରି ପାଇଁ ବ୍ୟବସ୍ଥା ଆରମ୍ଭ ।

YouTube video

କରୋନାକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ମହାନଗର ନିଗମ ତରଫରୁ ମହାନଗରର ବିଭିନ୍ନ ୱାର୍ଡରେ ସ୍ୱେଛାସେବୀ ମହିଳା ଗୃପ ତରଫରୁ ଗୁରୁବାରଠାରୁ ଆଳୁ ପିଆଜ ବିକ୍ରି ପାଇଁ ବ୍ୟବସ୍ଥା ଗ୍ରହଣ କରାଯାଇଛି । ମହିଳାମାନେ ଠେଲା ଗାଡ଼ି ମାଧ୍ୟମରେ ମହାନଗରର ୨୦ଟି ସ୍ଥାନରେ ଏପରି ଆଳୁ ପିଆଜ ଅଂଚଳବାସୀଙ୍କୁ ଦେବା ପାଇଁ ବ୍ୟବସ୍ଥା କରାଯାଇଥିବା ଜିଲ୍ଲାପାଳ ବିଜୟ ଅମୃତା କୁଲାଂଗେ ସୁଚନା ଦେଇଛନ୍ତି । ଏହାଦ୍ୱାରା ଜନସାଧାରଣ ଘରୁ ବାହାରି ନପାରି ନିଜ ନିଜ ଘର ପାଖରେ ଏପରି ଆଳୁ ପିଆଜ ପାଇପାରିବେ ବୋଲି ସେ କହିଛନ୍ତି । ସେହିପରି ୨ଦିନ ମଧ୍ୟରେ ଖାଦ୍ୟ ପୁଡ଼ିଆ ପ୍ରସ୍ତୁତ କରି ବସ୍ତି ବାସିନ୍ଦା ଓ ଅସହାୟ ଲୋକଙ୍କୁ ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଉଥିବା ଜିଲ୍ଲାପାଳ କୁଲାଂଗେ କହିଛନ୍ତି । ତେଣୁ ପ୍ରତ୍ୟେକ ୱାର୍ଡବାସୀ ସ୍ୱେଛାସେବୀ ଗୃପର ମହିଳାମାନଙ୍କୁ ସହଯୋଗ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି ।