Home Breaking ସାରା ଭାରତ ଲକ୍ ଡାଉନ, ସକାଳ ୭ଟାରୁ ୧୨ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକିୟ ସାମଗ୍ରି ଦୋକାନ ଖୋଲା,...

ସାରା ଭାରତ ଲକ୍ ଡାଉନ, ସକାଳ ୭ଟାରୁ ୧୨ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକିୟ ସାମଗ୍ରି ଦୋକାନ ଖୋଲା, ସାମାଜିକ ଦୁରତା ପାଇଁ ଗ୍ରାହକଙ୍କ ପାଇଁ ଗୋଲେଇ ଚିହ୍ନ ବ୍ୟବସ୍ଥା ।

YouTube video

କରୋନା ଭୟାଭହାକୁ ଦୃଷ୍ଟିରେ ରଖି ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ଭାରତରେ ଲକ୍ ଡାଉନ ଘୋଷଣା କରାଯାଇଛି । ଏହି ଲକ୍ ଡାଉନ ପାଇଁ ବ୍ରହ୍ମପୁରରେ ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଜାରି ରହିଛି । ଏପରି କଟକଣା ଫଳରେ ପେଟ୍ରୋଲ ପମ୍ପ ଓ ଔଷଧ ଦୋକାନ ଖୋଲା ରହିବା ସହ ପନି ପରିବା, ସୌଦା ଦୋକାନ ଓ କ୍ଷୀର ଦୋକାନ ସକାଳ ୭ଟାରୁ ୧୨ଟା ପର୍ଯ୍ୟନ୍ତ ଖୋଲା ରହୁଛି । ତେବେ ଏହି ଦୋକାନ ନିକଟରେ ସାମାଜିକ ଦୁରତା ପାଇଁ ମହାନଗର ନିଗମ ତରଫରୁ ପଦକ୍ଷେପ ନିଆଯାଇଛି । ଯେଉଁ ଜନସାଧାରଣ ଦୋକାନ ପାଖକୁ ଯାଉଛନ୍ତି ସେମାନଙ୍କ ମଧ୍ୟରେ ସାମାଜିକ ଦୁରତା ପାଇଁ ଗୋଲ୍ ଆକାରର ଚିହ୍ନ ଦିଆଯାଇଛି । ଏହି ଚିହ୍ନ ପରିସରରେ ଗ୍ରାହକ ରହି ଆବଶ୍ୟକ ସାମଗ୍ରୀ କ୍ରୟ କରିବାପାଇଁ ନିର୍ଦେଶ ଦିଆଯାଇଛି । ଗୁରୁବାର ଭେଣ୍ଡିଂ ଜୋନ୍ ନିକଟସ୍ଥ ରାସ୍ତା ସମେତ ଅନ୍ୟାନ୍ୟ ଦୋକାନ ଗୁଡ଼ିକରେ ଏପରି ସାମାଜିକ ଦୁରତାର ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଏହି ଦୁରତା ମାଧ୍ୟମରେ ଜନସାଧାରଣ ପନି ପରିବାଠାରୁ ଆରମ୍ଭ କରି ଔଷଧ କ୍ରୟ କରୁଥିବା ଲକ୍ଷ୍ୟ କରାଯାଇଥିଲା । ସେହିପରି କ୍ଷୀର ଦୋକାନଗୁଡ଼ିକରେ ସାମାଜିକ ଦୁରତାକୁ ଦୃଷ୍ଟିରେ ରଖି ଦୋକାନ ନିକଟରେ ଗୋଲେଇ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଗ୍ରାହକମାନେ ନିଜ ନିଜ ମଧ୍ୟରେ ସାମାଜିତ ଦୁରତା ରଖି କ୍ଷୀର ପ୍ୟାକେଟ ସଂଗ୍ରହ କରିବାପାଇଁ ପରାମର୍ଶ ଦିଆଯାଇଛି ।