
କରୋନାକୁ ଦୃଷ୍ଟିରେ ରଖି ଏହାର ଭୟାବହତା କାରଣରୁ ଗଂଜାମ ଜିଲ୍ଲାରେ ଚଳିତ ବର୍ଷ ଦଣ୍ଡଯାତ୍ରାକୁ ସମ୍ପୁର୍ଣ୍ଣ ବନ୍ଦ କରିବା ପାଇଁ ଜିଲ୍ଲାପାଳ ବିଜୟ ଅମୃତା କୁଲାଂଗେ ନିର୍ଦେଶ ଦେଇଥିଲେ । ତେବେ ଏହି ନିର୍ଦେଶକୁ ଖିଲାପ କରି ପୁରୁଷୋତ୍ତୋମପୁର ଥାନା ଅଂଚଳରେ ଏକ ଦଣ୍ଡୁଆ ଦଳ ଗ୍ରାମରୁ ଦଣ୍ଡଯାତ୍ରା କରିବାପାଇଁ ବାହାରି ଥିଲେ । ଏପରି ଦଣ୍ଡଯାତ୍ରାର ଖବର ପାଇ ପୁରୁଷୋତ୍ତମପୁର ଥାନା ପକ୍ଷରୁ ଏହାକୁ ରୋକାଯିବା ସହ କିଛି ଦଣ୍ଡୁଆଙ୍କୁ ଥାନାରେ ରଖି ପଦକ୍ଷେପ ନିଆଯାଇଥିଲା । କରୋନାକୁ ଦୃଷ୍ଟିରେ ରଖି ବ୍ରହ୍ମପୁରର ପାତାଳେଶ୍ୱର ଦଣ୍ଡଦଳ କମିଟି ପକ୍ଷରୁ ଚଳିତ ବର୍ଷ ଦଣ୍ଡଯାତ୍ରାରେ ସାମିଲ ନହେବା ପାଇଁ ନିଷ୍ପତ୍ତି ନିଆଯାଇଥିବା କମିଟି ପକ୍ଷରୁ ସୁଚନା ଦିଆଯାଇଛି । ଏହି କରୋନା ଏକ ମହାମାରୀ ହୋଇଥିବା ଯୋଗୁଁ କୌଣସି ଦଣ୍ଡଦଳ ଦଣ୍ଡଯାତ୍ରା ପାଇଁ ଉଦ୍ୟମ କଲେ ସେମାନଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁÂାନ ଗ୍ରହଣ କରାଯିବ ବୋଲି ପୋଲିସ ପ୍ରଶାସନ ପକ୍ଷରୁ ସୁଚନା ଜାରି କରାଯାଇଛି ।





