
କରୋନା ଭୟାବହତାକୁ ଦୃଷ୍ଟିରେ ରଖି ଗୋଷାଣିନୁଆଗାଁ ନିଳକଣ୍ଠନଗର ଉନ୍ନୟନ କମିଟି ପକ୍ଷରୁ ଘରକୁ ଘର ବୁଲି ଜନସାଧାରଣଙ୍କୁ ସଚେତନ କରାଯାଇଥିଲା । ଏଥିସହ ପ୍ରତ୍ୟକ ଘରର ସମସ୍ତ ସଦସ୍ୟଙ୍କୁ ମାଗଣାରେ ମାସ୍କ ବଣ୍ଟନ କରାଯାଇଥିଲା । କୋରୋନା ଏକ ମହାମାରୀ ହୋଇଥିବା ଯୋଗୁୁଁ ସମସ୍ତଙ୍କ ସୁରକ୍ଷା ପାଇଁ ଉନ୍ନୟନ କମିଟି ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଥିଲା । ଏହି ମହମାରୀକୁ ଦୃଷ୍ଟିରେ ରଖି ଜରୁରି କାର୍ଯ୍ୟ ନଥିଲେ ବାହାରକୁ ନ ବାହାରିବାପାଇଁ ପରାମର୍ଶ ଦିଆଯାଇଥିଲା । ଏଥିରେ ସଭାପତି ସୁରେନ୍ଦ୍ର ମହାପାତ୍ର, ରମାକାନ୍ତ ପଟନାୟୟ, ଲକ୍ଷ୍ମଣ ଗୌଡ, ମଦନ ମୋହନ ସ୍ୱାଇଁ, ସମିତ ସାବତ, ଅଉଜଲ୍ୟ ଆଚାର୍ଯ୍ୟ, ରଘୁ ନାୟକ ଓ ଅନ୍ୟାନ କର୍ମକର୍ତ୍ତା ଯୋଗଦେଇଥିଲେ ।






