କରୋନା ଭୟାବହତାକୁ ଦୃଷ୍ଟିରେ ରଖି ବଡ଼ବଜାର ଥାନା ଅଧିକାରୀଙ୍କ ଧାନମେରା ସାହିରେ ସଚେତନତା ।

YouTube video

କରୋନାକୁ ଦୃଷ୍ଟିରେ ରଖି ଲକ୍ ଡାଉନ ଘୋଷଣା କରାଯାଇଥିବା ଯୋଗୁଁ ବଡ଼ବଜାର ଥାନା ଅଧିକାରୀ ପ୍ରଶାନ୍ତ ଭୁପତି ନିଜ ଥାନା ଅଂଚଳର ଲୋକମାନଙ୍କୁ କରୋନାର ଭୟାବହତା ନେଇ ସଚେତନ କରାଉଛନ୍ତି । ସେ ଧାନମେରା ସାହି ଅଂଚଳରେ ପୂର୍ବତନ କର୍ପୋରେଟର ଅନୀଲ ନାୟକଙ୍କ ଉପସ୍ଥିତିରେ ସାହି ବାସିନ୍ଦାଙ୍କୁ ଘରୁ ନ ବାହାରିବା ପାଇଁ ପରାମର୍ଶ ଦେଇଛନ୍ତି । ସେହିପରି କୌଣସି ସଂଦିଗ୍ଧ ବ୍ୟକ୍ତି ସାହିକୁ ଆସିଲେ ତୁରନ୍ତ ପୋଲିସ ପ୍ରଶାସନ ସହ ଯୋଗାଯୋଗ କରିବାପାଇଁ ସେ ଅଂଚଳବାସୀଙ୍କୁ ନିବେଦନ କରିଥିଲେ । ନିଜ ପରିବାରର ସୁରକ୍ଷା ପାଇଁ ଘରୁ ନ ବାହାରିବାକୁ ସେ ପରାମର୍ଶ ଦେଇଥିଲେ ।