ଲକଡାଉନ ସମୟରେ ସକାଳ ୭ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ପନିପରିବା, ଆମିଷ ବଜାର ଓ ସାହି ସାହିରେ ଖାଉଟି ସାମଗ୍ରୀ ବିକ୍ରୟ କରାଯାଇପାରିବ ବୋଲି କହିଲେ ଜିଲ୍ଲାପାଳ ।

YouTube video

୨୧ଦିନବ୍ୟାପୀ ଲକ୍ ଡାଉନ ଘୋଷଣା କରାଯାଇଥିବା ଯୋଗୁଁ ପ୍ରଧାନମନ୍ତ୍ରୀଙ୍କ ନିଷ୍ପତ୍ତିକ୍ରମେ ଲକ୍ ଡାଉନ କଟକଣା ଜାରି ରହିବ ବୋଲି ଜିଲ୍ଲାପାଳ ବିଜୟ ଅମୃତା କୁଲାଂଗେ ଗଣମାଧ୍ୟମକୁ ସୁଚନା ଦେଇଛନ୍ତି । ଜନସାଧାରଣଙ୍କ ସୁବିଧା ପାଇଁ ସକାଳ ୭ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ପନିପରିବା, ଆମିଷ ବଜାର ଓ ସାହି ସାହିରେ ଖାଉଟି ସାମଗ୍ରୀ ବିକ୍ରୟ କରାଯାଇପାରିବ ବୋଲି ସେ କହିଛନ୍ତି । ତେଣୁ ଏହି ଦୋକାନଗୁଡ଼ିକରେ ଭୀଡ଼ ହେଉଥିବା ଯୋଗୁଁ ଏହାକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ଦୋକାନ ନିକଟରେ ଜନସାଧାରଣଙ୍କ ଦୁରତା ଅବଲମ୍ବନ ପାଇଁ ପଦକ୍ଷେପ ନିଆଯିବ ବୋଲି ସେ ପ୍ରକାଶ କରିଛନ୍ତି । ଭେଣ୍ଡିଂ ଜୋନ ଗୁଡ଼ିକରେ ଲୋକମାନଙ୍କ ଭୀଡ଼ ରହୁଥିବା ଯୋଗୁଁ ମହାନଗରର କିଛି ଅଂଚଳରେ ଏପରି ପନିପରିବା ବିକ୍ରି ପାଇଁ ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି । ଏହି କରୋନା ମହାମାରୀରୁ ରକ୍ଷା ପାଇବାକୁ ହେଲେ ବ୍ରହ୍ମପୁର ତଥା ଗଂଜାମବାସୀ କଟକଣାକୁ ମାନିବା ଉଚିତ ବୋଲି ଜିଲ୍ଲାପାଳ ନିବେଦନ କରିଛନ୍ତି । ନିଜ ପରିବାରର ସୁରକ୍ଷା ପାଇଁ ଏପରି ସହଯୋଗ ଜାରି ରଖିବାକୁ ସେ କହିଛନ୍ତି । ଯଦି କୌଣସି ବ୍ୟକ୍ତି ବାହାରକୁ ଯାଆନ୍ତି ତେବେ ମାକ୍ସ ପରିଧାନ କରିବା ସହ ନିଜ ହାତକୁ ଭଲ ଭାବରେ ଧୋଇବା ଉଚିତ ବୋଲି ସେ ପରାମର୍ଶ ଦେଇଛନ୍ତି ।