Home Breaking କରୋନାର ଭୟାବହତାକୁ ଦୃଷ୍ଟିରେ ରଖି ମଂଗଳବାର ରାତ୍ର ୧୨ଟାଠାରୁ ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ୨୧ଦିନ...

କରୋନାର ଭୟାବହତାକୁ ଦୃଷ୍ଟିରେ ରଖି ମଂଗଳବାର ରାତ୍ର ୧୨ଟାଠାରୁ ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ୨୧ଦିନ ପାଇଁ ଭାରତରେ ଲକ୍ ଡାଉନ ଘୋଷଣା କଲେ ପ୍ରଧାନମନ୍ତ୍ରୀ ।

କରୋନାକୁ ଦୃଷ୍ଟିରେ ରଖି ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜନତା କର୍ଫ୍ୟୁ ଜାରି କରିଥିଲେ । ବର୍ତ୍ତମାନ କରୋନାର ଭୟାବହତାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ମୋଦୀ ମଂଗଳବାର ରାତ୍ର ୧୨ଟାଠାରୁ ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ୨୧ଦିନ ପାଇଁ ଭାରତରେ ଲକ୍ ଡାଉନ ଘୋଷଣା କରିଛନ୍ତି । ପ୍ରତ୍ୟେକ ଜନସାଧାରଣଙ୍କ ଜୀବନ ରକ୍ଷା ପାଇଁ ସେ ଏପରି ପଦକ୍ଷେପ ଘୋଷଣା କରିଥିବା ଯୋଗୁଁ ସମସ୍ତ ଭାରତବାସୀ ଏଥିରେ ସହଯୋଗ କରିବାପାଇଁ ସେ ନିବେଦନ କରିଛନ୍ତି । ଏହି କଟକଣା ଯୋଗୁଁ ସର୍ବଭାରତୀୟ ସ୍ତରରେ ବସ୍ ଓ ଟ୍ରେନ୍ ଚଳାଚଳ ସମେତ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରଖାଯାଇଛି । ତେବେ ଔଷଧ ଦୋକାନ, ପେଟ୍ରୋଲ ପମ୍ପ, ପନିପରିବା ଦୋକାନ ଓ ଅତ୍ୟାବଶ୍ୟକୀୟ ଖାଉଟି ଦୋକାନ ଖୋଲା ରହିଛି । ପ୍ରତ୍ୟେକ ଜନସାଧାରଣ ଏହି କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ଘରୁ ନ ବାହାରିବାପାଇଁ ପ୍ରଧାନମନ୍ତ୍ରୀ ମୋଦୀ ନିବେଦନ କରିଛନ୍ତି ।