
କରୋନାକୁ ଦୃଷ୍ଟିରେ ରଖି ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜନତା କର୍ଫ୍ୟୁ ଜାରି କରିଥିଲେ । ବର୍ତ୍ତମାନ କରୋନାର ଭୟାବହତାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ମୋଦୀ ମଂଗଳବାର ରାତ୍ର ୧୨ଟାଠାରୁ ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ୨୧ଦିନ ପାଇଁ ଭାରତରେ ଲକ୍ ଡାଉନ ଘୋଷଣା କରିଛନ୍ତି । ପ୍ରତ୍ୟେକ ଜନସାଧାରଣଙ୍କ ଜୀବନ ରକ୍ଷା ପାଇଁ ସେ ଏପରି ପଦକ୍ଷେପ ଘୋଷଣା କରିଥିବା ଯୋଗୁଁ ସମସ୍ତ ଭାରତବାସୀ ଏଥିରେ ସହଯୋଗ କରିବାପାଇଁ ସେ ନିବେଦନ କରିଛନ୍ତି । ଏହି କଟକଣା ଯୋଗୁଁ ସର୍ବଭାରତୀୟ ସ୍ତରରେ ବସ୍ ଓ ଟ୍ରେନ୍ ଚଳାଚଳ ସମେତ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରଖାଯାଇଛି । ତେବେ ଔଷଧ ଦୋକାନ, ପେଟ୍ରୋଲ ପମ୍ପ, ପନିପରିବା ଦୋକାନ ଓ ଅତ୍ୟାବଶ୍ୟକୀୟ ଖାଉଟି ଦୋକାନ ଖୋଲା ରହିଛି । ପ୍ରତ୍ୟେକ ଜନସାଧାରଣ ଏହି କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ଘରୁ ନ ବାହାରିବାପାଇଁ ପ୍ରଧାନମନ୍ତ୍ରୀ ମୋଦୀ ନିବେଦନ କରିଛନ୍ତି ।






