ମୁଖ୍ୟମନ୍ତ୍ରୀଙ୍କ ୩ ମାସର ଦରମା ରିଲିଫ ପାଣ୍ଠିକୁ ପ୍ରଦାନ ପରେ କବିସୁର୍ଯ୍ୟନଗର ବିଧାୟିକା ୩ମାସର ଦରମା ଓ ଅନ୍ୟନ୍ୟ ବଦାନ୍ୟ ବ୍ୟକ୍ତିଙ୍କ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ପ୍ରଦାନ ।

YouTube video

କରୋନାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ନିଜର ୩ ମାସର ଦରମା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ କରିଥିବାବେଳେ କବିସୁର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ନିଜର ୩ମାସର ଦରମା ପ୍ରଦାନ କରିଛନ୍ତି । କରୋନା ମୁକାବିଲାପାଇଁ ସେ ଏପରି ଦରମା ପ୍ରଦାନ କରିଥିବା ସୁଚନା ଦେଇଛନ୍ତି । ସେହିପରି ଏହି କରୋନାକୁ ଦୃଷ୍ଟିରେ ରଖି ଆଇନଜୀବୀ ଲଳିତ ମଂଗରାଜ ଉପଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ୧ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ବରିଷ୍ଠ ଟ୍ୟାକ୍ସ ପ୍ରାକ୍ଟିସିନିର ଟି.ଭେଂକେଟରାଓ ଓ ତାଙ୍କ ଧର୍ମପତ୍ନୀ ଜିଲ୍ଲାପାଳ ବିଜୟ ଅମୃତା କୁଲାଂଗେଙ୍କ ଜରିଆରେ ୧ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରିଛନ୍ତି । ଗଂଜାମ ଜିଲ୍ଲା ଓକିଲ ସଂଘର ସଦସ୍ୟ ତଥା ସରକାରୀ ଓକିଲ ପି.ନରସିଂହ ପାତ୍ର ମଧ୍ୟ ଏହି କରୋନା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୨୫ହଜାର ଟଙ୍କାର ଏକ ଚେକ୍ ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରିଛନ୍ତି । ଯଦି କୌଣସି ସହୃଦୟ ବ୍ୟକ୍ତି ଏପରି ଦାନ କରିବାକୁ ଚାହାଁନ୍ତି ତେବେ ମୋବାଇଲ ନଂ ୯୪୩୭୫୨୮୯୯୯ ସହ ଯୋଗାଯୋଗ କରି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା ଦେଇପାରିବେ ବୋଲି ଉପଜିଲ୍ଲାପାଳ ସିନେ୍ଧ ଦତାତ୍ରୟ ଭାଉସାହେବ ନିବେଦନ କରିଛନ୍ତି ।